ଥରୁଛି ସାରା ଓଡ଼ିଶା, ଫୁଲବାଣୀରେ ତାପମାତ୍ରା ସର୍ବନିମ୍ନ ୨ ଡିଗ୍ରୀ

ଭୁବନେଶ୍ୱର: ଗତ ୪ ଦିନ ହେଲା ରାଜ୍ୟରେ ଶୀତର ପ୍ରକୋପ ବଢ଼ିଛି। ରବିବାର ରାଜ୍ୟର ୧୩ଟି ସହରରେ ସର୍ବନିମ୍ନ ତାପମାତ୍ର ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ର ୨ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ର ୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୭ ଓ ହୀରାକୁଦରେ ୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୭.୮ ରହିଥିଲା। ଆଜି ସର୍ବନିମ୍ନ ତାପମାତ୍ର ୧୦ ଡିଗ୍ରୀ ତଳକୁ […]

coldwave

coldwave

Rakesh Mallick
  • Published: Sunday, 27 December 2015
  • Updated: 27 December 2015, 04:01 PM IST

Sports

Latest News

ଭୁବନେଶ୍ୱର: ଗତ ୪ ଦିନ ହେଲା ରାଜ୍ୟରେ ଶୀତର ପ୍ରକୋପ ବଢ଼ିଛି। ରବିବାର ରାଜ୍ୟର ୧୩ଟି ସହରରେ ସର୍ବନିମ୍ନ ତାପମାତ୍ର ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ର ୨ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ର ୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୭ ଓ ହୀରାକୁଦରେ ୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୭.୮ ରହିଥିଲା। ଆଜି ସର୍ବନିମ୍ନ ତାପମାତ୍ର ୧୦ ଡିଗ୍ରୀ ତଳକୁ ରହିଥିବା ଅନ୍ୟ ସ୍ଥାନଗୁଡ଼ିକ ହେଲା ବାଲେଶ୍ୱର (୯.୯), ଅନୁଗୋଳ (୯.୦), ବାରିପଦା (୯.୯), ଝାରସୁଗୁଡ଼ା (୯.୨), କେନ୍ଦୁଝର (୮.୮), ସମ୍ବଲପୁର (୯.୭), ଭବାନୀପାଟଣା (୯.୬), ଟିଟିଲାଗଡ଼ (୮.୫)।

ଭୁବନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ର ୧୩.୦ ରେକର୍ଡ କରାଯାଇଥିବା ବେଳେ କଟକରେ ଏହାଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିଲା। କଟକରେ ସର୍ବନିମ୍ନ ତାପମାତ୍ରା ୧୧.୨ ଡିଗ୍ରୀ ରହିଥିଲା। ମାଲକାନଗିରିରେ ସର୍ବନିମ୍ନ ତାପମାତ୍ର ୧୨.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଢେଙ୍କାନାଳରେ ସର୍ବନିମ୍ନ ତାପମାତ୍ରା ରହିଥିଲା ୧୦.୧ ଡିଗ୍ରୀ। ସେହିପରି ବଲାଙ୍ଗିରରେ ସର୍ବନିମ୍ନ ତାପମାତ୍ରା ୧୦.୭ ଡିଗ୍ରୀ ରେକର୍ଡ କରାଯାଇଛି।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାର କେନ୍ଦ୍ରର ନିର୍ଦ୍ଦେଶକ ଶରତଚନ୍ଦ୍ର ସାହୁ କହିଛନ୍ତି, ଶନିବାର ସାରା ରାଜ୍ୟରେ ଶୁକ୍ରବାର ଅପେକ୍ଷା ୪ରୁ ୫ ଡିଗ୍ରୀ କମ୍ ତାପମାତ୍ରା ରେକର୍ଡ କରାଯାଇଥିଲା। ଆଜି ମଧ୍ୟ ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ୧ରୁ୨ ଡିଗ୍ରୀ ତାପମାତ୍ରା କମ୍ ରହିଥିଲା। ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ସବୁଠୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଥଣ୍ଡାର ଏଭଳି ଅବସ୍ଥା ଜାରି ରହିବ। ଜାନୁଆରୀ ୩ ତାରିଖ ସୁଦ୍ଧା ଶୀତର ଏହି ଲହରୀରେ ବିଶେଷ ପରିବର୍ତ୍ତନ ହେଲା ଭଳି ଦେଖାଯାଉ ନାହିଁ।

କନ୍ଧମାଳ ଓ ମୟୁରଭଞ୍ଜରେ ପ୍ରବଳ ଶୀତ ଯୋଗୁଁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ମୟୂରଭଞ୍ଜର ରାଇରଙ୍ଗପୁର, କରଞ୍ଜିଆ ଓ ଯଶୀପୁର ଆଦି ଅଞ୍ଚଳରେ ତାପମାତ୍ର ୧୦ ଡିଗ୍ରୀ ତଳକୁ ରହୁଛି। ଫୁଲବାଣୀର ସଂଜୟ କୁମାର ବେହେରା କହିଛନ୍ତି, ଦୁଇ ଦିନ ହେଲା ଜିଲ୍ଲାରେ ଶୀତର ପ୍ରକୋପ ବଢ଼ିଯାଇଛି। ସକାଳୁ ନିଆଁ ପାଖରେ ନ ବସିଲେ ହେଉ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos