ଦୁର୍ଗା ପୂଜା ପାଇଁ ବାଲୁବଜାର ପୂଜା କମିଟିକୁ ମିଳିଲା ଅନୁମତି

କଟକ (ଓଡ଼ିଶା ରିପୋର୍ଟର): କଟକ ବାଲୁବଜାର ଦୁର୍ଗା ପୂଜା କମିଟିକୁ ଦୁର୍ଗା ପୂଜା ପାଇଁ ଅନୁମତି ମିଳିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲାଇନ୍ ମାନି ପୂଜା କରାଯାଇପାରିବ ବୋଲି ହାଇକୋର୍ଟ କହିଛନ୍ତି। ମୂର୍ତ୍ତି ନିର୍ମାଣ, ପୂଜା ଓ ଭସାଣ ବେଳେ ଭିଡ଼ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପୂଜା କରାଯିବା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ବାଲୁ ବଜାର ପୂଜା କମିଟି। ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ […]

yyyy

yyyy

Tapaswini Nayak
  • Published: Monday, 31 August 2020
  • Updated: 31 August 2020, 04:31 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ବାଲୁବଜାର ଦୁର୍ଗା ପୂଜା କମିଟିକୁ ଦୁର୍ଗା ପୂଜା ପାଇଁ ଅନୁମତି ମିଳିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲାଇନ୍ ମାନି ପୂଜା କରାଯାଇପାରିବ ବୋଲି ହାଇକୋର୍ଟ କହିଛନ୍ତି। ମୂର୍ତ୍ତି ନିର୍ମାଣ, ପୂଜା ଓ ଭସାଣ ବେଳେ ଭିଡ଼ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ପୂଜା କରାଯିବା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ବାଲୁ ବଜାର ପୂଜା କମିଟି। ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ କେଆର୍ ମହାପାତ୍ରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି ।

ଏହାପୂର୍ବରୁ କଟକ ଦୁର୍ଗାପୂଜାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ଯାହା ପରେ କଟକରେ ଏଥର କଟକଣା ଭିତରେ ଦୁର୍ଗା ପୂଜା ହେବା ନେଇ ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ, ଏହା ସହ ଭୁବନେଶ୍ୱରରେ ମଧ୍ୟ ଆଡ଼ମ୍ବରଶୂନ୍ୟ ଦୁର୍ଗା ପୂଜା ହେବ ବୋଲି ନିଷ୍ପତ୍ତ ନିଅଯାଇଛି। ବିଭିନ୍ନ ପୂଜା କମିଟି ସହ ପୁଲିସ୍‌ କମିଶନରଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos