ମୋବାଇଲ୍ ଚୋର ଧରିବାକୁ ବୁଲିଲା ବେଞ୍ଚ୍‌

ଆନନ୍ଦପୁର (ଓଡ଼ିଶା ରିପୋର୍ଟର): ମୋବାଇଲ୍ ଚୋରକୁ ଧରିବାକୁ ବୁଲିଲା ବେଞ୍ଚ। ଗାଁରେ ୟା ଘରକୁ ତା ଘରକୁ ବେଞ୍ଚ କାନ୍ଧେଇ ବୁଲିଲେ ଲୋକେ। ଗାଁ ଲୋକ ମଧ୍ୟ ଉତ୍ସାହର ସହ ବେଞ୍ଚ ସାଙ୍ଗରେ ବୁଲି ହରିବୋଲ ପକାଉଥିଲେ। ଘଟଣାଟି ଅବିଶ୍ୱାସ ଲାଗୁଥିଲେ ବି ବିଲକୁଲ ସତ। ଏହି ଦୃଶ୍ୟ ଦେଖିଲେ ଲାଗୁଛି ଯେପରି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମଣିଷ ସତେ ଯେପରି ହଜି ଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ରାମଚନ୍ଦ୍ରପୁର […]

anadapur

anadapur

Tapaswini Nayak
  • Published: Thursday, 05 May 2022
  • Updated: 05 May 2022, 03:34 PM IST

Sports

Latest News

ଆନନ୍ଦପୁର (ଓଡ଼ିଶା ରିପୋର୍ଟର): ମୋବାଇଲ୍ ଚୋରକୁ ଧରିବାକୁ ବୁଲିଲା ବେଞ୍ଚ। ଗାଁରେ ୟା ଘରକୁ ତା ଘରକୁ ବେଞ୍ଚ କାନ୍ଧେଇ ବୁଲିଲେ ଲୋକେ। ଗାଁ ଲୋକ ମଧ୍ୟ ଉତ୍ସାହର ସହ ବେଞ୍ଚ ସାଙ୍ଗରେ ବୁଲି ହରିବୋଲ ପକାଉଥିଲେ। ଘଟଣାଟି ଅବିଶ୍ୱାସ ଲାଗୁଥିଲେ ବି ବିଲକୁଲ ସତ। ଏହି ଦୃଶ୍ୟ ଦେଖିଲେ ଲାଗୁଛି ଯେପରି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମଣିଷ ସତେ ଯେପରି ହଜି ଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ରାମଚନ୍ଦ୍ରପୁର ଥାନା ଜଳସୁଆଁ ଗାଁରେ।

ସୂଚନା ଅନୁସାରେ, ତିନି ଦିନ ତଳେ ଜଳସୁଆଁ ଗାଁର ଜଣେ ଯୁବକଙ୍କ ମୋବାଇଲ୍ ନଦୀ କୂଳରୁ ଚୋରି ହୋଇ ଯାଇଥିଲା। ବହୁତ ଖୋଜାଖୋଜି ପରେ ମୋବାଇଲ ମିଳି ନଥିଲା। ଶେଷରେ ମୋବାଇଲ ଖୋଜିବାକୁ ଗୁଣିଆକୁ ଡକା ଯାଇଥିଲା। ଆଜି ସକାଳେ ଗୁଣିଆ ଗାଁରେ ପହଞ୍ଚିବା ପରେ ଚୋର ଧରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଗୁଣିଆଙ୍କ ନିର୍ଦ୍ଦେଶ ଅନୁସାରେ ଏକ କାଠ ବେଞ୍ଚ ଆଣି ପୂଜା କରାଯାଇଥିଲା। ପରେ ୪ ଜଣ ଯୁବକ ବେଞ୍ଚ ଧରି ଗାଁର ୟା ଘରୁ ତା’ ଘରକୁ ବୁଲିଥିଲେ। ଗାଁ ଲୋକେ ମଧ୍ୟ ଉତ୍ସାହ ସହ ହରିବୋଲ ପକାଇ ବେଞ୍ଚ ସହ ବୁଲିଥିଲେ। ମଝିରେ ମଝିରେ ଗୁଣିଆ ମଧ୍ୟ ବେଞ୍ଚକୁ ଚୋର ଧରିବାକୁ ହୁକୁମ୍ ଦେଉଥିବା ଦେଖିବାକୁ ମିଳିଥିଲା। ବେଞ୍ଚ ମୋବାଇଲ ଚୋରକୁ ଧରି ପାରିଲାକି ନାହିଁ, ତାହା ଜଣାପଡ଼ିନାହିଁ।

[caption id="attachment_732342" align="aligncenter" width="650"]anadapur ଚୋର ଧରିବାକୁ ବୁଲୁଛି ବେଞ୍ଚ[/caption]

ତେବେ ଏଭଳି ଘଟଣା ଏବେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଯେତେବେଳେ ଜ୍ଞାନକୌଶଳ ଉନ୍ନତି ହୋଇଛି, ହାତ ପାଆନ୍ତରେ ଆଇନ ସେବା ଉପଲବ୍ଧ ଅଛି। ତଥାପି ଲୋକେ ଆଜି ବି ଗୁଣିଆ ଓ ଗୁଣିଅଗାରେଡି ଉପରେ ଭରସା କରୁଛନ୍ତି।

ଗାଁର ଯୁବକ କହିଛନ୍ତି, ଆମ ଗାଁର ଜଣଙ୍କର ମୋବାଇଲ ଚୋରି ହୋଇଯାଇଥିଲା। ଚୋରକୁ ଧରିବାକୁ ବେଞ୍ଚ ବୁଲିଥିଲା। ବେଞ୍ଚଟି ଏବେ ଜଣଙ୍କ ଘର ସାମ୍ନାରେ ଅଟକିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos