ରାଜଧାନୀରେ ପୁଲିସ ଦମ୍ପତି ହାତାହାତି, ସ୍ୱାମୀ ନାଁରେ ପରକୀୟା ଅଭିଯୋଗ ଆଣି କାନ୍ଦିଲେ ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ପୁଲିସ ଦମ୍ପତି ହାତାହାତି। ଏୟାରଫିଲ୍ଡ ଥାନାରେ ପରସ୍ପର ନାଁରେ ଅଭିଯୋଗ କଲେ ସ୍ୱାମୀ ସ୍ତ୍ରୀ। ଉଭୟେ କନଷ୍ଟେବଳ ଭାବେ ଅଲଗା ଅଲଗା ଥାନାରେ କାର୍ଯ୍ୟରତ ଅଛନ୍ତି। ଉଭୟ ପରସ୍ପରଠାରୁ ପ୍ରାୟ ୧୦ ବର୍ଷ ହେଲା ଅଲଗା ରହୁଛନ୍ତି। ଆଜି ଭୀମଟାଙ୍ଗୀ ସ୍ଥିତ ସ୍ୱାମୀଙ୍କ ଘରକୁ ସ୍ତ୍ରୀ ଯାଇଥିଲା ବେଳେ ହାତାହାତି ହୋଇଥିବା ଜଣାପଡ଼ିଛି।

ସ୍ୱାମୀଙ୍କ ପରକୀୟା ପ୍ରୀତିରୁ ବିବାଦ ସୃଷ୍ଟି ହୋଇଥିବା ଅଭିଯୋଗ ଆଣିଲେ ସ୍ତ୍ରୀ। ମହିଳା କନଷ୍ଟେବଳ ଜଣଙ୍କ କହିଛନ୍ତି, `ମୋ ସ୍ୱାମୀର ବ୍ୟାଙ୍କରେ ଚାକିରି କରିଥିବା ଜଣେ ଯୁବତୀଙ୍କ ସହ ସମ୍ପର୍କ ରହିଛି। ମୁଁ ସେ ଯୁବତୀଙ୍କୁ ବାରମ୍ବାର ବୁଝାଇଛି। ମୋ ସଂସାରରେ ନିଆଁ ଲଗାଅ ନାହଁ ବୋଲି କହିଥିଲି। ଯୁବତୀ ଜଣଙ୍କ କହିଲେ ସେ ମୋତେ ଜାଣି ନାହାନ୍ତି କି ଚିହ୍ନି ନାହାନ୍ତି।

ମୁଁ ତାପରେ ପଳାଇ ଆସିଲି। କିନ୍ତୁ ସେ ଝିଅ ସହିତ ଏବେ ସେମିତି ସମ୍ପର୍କ ରହିଛି। ମୁଁ ଚାହୁଁଛି ମୋ ସ୍ୱାମୀ ମୋ ପାଖକୁ ଆସନ୍ତୁ। ମୋ ଝିଅ ମୋ ପାଖକୁ ଆସୁ। ମୋ ଝିଅକୁ ମୋତେ ଦେଖା କରାଇବାକୁ ଦେଉ ନାହାନ୍ତି। ମୁଁ ନ୍ୟାୟ ଚାହେଁ।’

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।