‘ତିତ୍‌ଲି’ର ଆଖି ସ୍ଥଳଭାଗ ଛୁଇଁବା ଆରମ୍ଭ କଲାଣି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲ୍ୟାଣ୍ଡଫଲ୍ କରିବା ବା ସ୍ଥଳଭାଗ ଛୁଇଁବା ଆରମ୍ଭ କଲାଣି ବାତ୍ୟା ‘ତିତ୍‌ଲି’। ଏହାର ଆଖି ସ୍ଥଳଭାଗ ଛୁଇଁବା ଆରମ୍ଭ କରି ଦେଇଛି। ଆଉ ଘଣ୍ଟେରୁ ଦୁଇ ଘଣ୍ଟା ମଧ୍ୟରେ ଏହା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୪୦-୧୪୫ରୁ ବଢ଼ି ୧୬୫ କିଲୋମିଟର ରହିବ। ତିତ୍‌ଲି ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳଭାଗକୁ ଛୁଇଁବ। ପାଣିପାଗ ବିଭାଗ ପକ୍ଷରୁ ଭୋର୍ ୫ଟା […]

titli

titli

Jitendra Garnayak
  • Published: Thursday, 11 October 2018
  • Updated: 11 October 2018, 05:53 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲ୍ୟାଣ୍ଡଫଲ୍ କରିବା ବା ସ୍ଥଳଭାଗ ଛୁଇଁବା ଆରମ୍ଭ କଲାଣି ବାତ୍ୟା ‘ତିତ୍‌ଲି’। ଏହାର ଆଖି ସ୍ଥଳଭାଗ ଛୁଇଁବା ଆରମ୍ଭ କରି ଦେଇଛି। ଆଉ ଘଣ୍ଟେରୁ ଦୁଇ ଘଣ୍ଟା ମଧ୍ୟରେ ଏହା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୪୦-୧୪୫ରୁ ବଢ଼ି ୧୬୫ କିଲୋମିଟର ରହିବ।

ତିତ୍‌ଲି ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳଭାଗକୁ ଛୁଇଁବ।

ପାଣିପାଗ ବିଭାଗ ପକ୍ଷରୁ ଭୋର୍ ୫ଟା ବେଳେ ଜାରି କରାଯାଇଥିବା ବୁଲେଟିନ୍ ଅନୁସାରେ ଭୋର୍ ସାଢ଼େ ଚାରିଟା ବେଳେ ଗୋପାଳପୁରରେ ପବନର ବେଗ ଘଣ୍ଟାପ୍ରତି ୧୨୬ କିଲୋମିଟର ରହିଥିବା ବେଳେ କଳିଙ୍ଗପଟନମ୍ ନିକଟରେ ଘଣ୍ଟା ପ୍ରତି ୫୬ କିଲୋମିଟର ରହିଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos