ଘରେ ରହୁଥିବା ପିଲାଙ୍କ ପାଇଁ ଆରମ୍ଭ ହେଲା ଅନ୍‌ଲାଇନ୍ ପ୍ରତିଯୋଗିତା ‘ମୋ ପ୍ରତିଭା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା’ ମୁକାବିଲା ଲାଗି ସମଗ୍ର ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ସ୍କୁଲ୍‌, କଲେଜ ସବୁ ବନ୍ଦ ରହିଛି। ପିଲାମାନେ ବାହାରକୁ ନ ଯାଇ ପାରି ଘରେ ରହୁଛନ୍ତି। ସବୁ ବେଳେ ଘରେ ରହି ରହି ପିଲାମାନେ ବିରକ୍ତି ଭାବ ମଧ୍ୟ ପ୍ରକାଶ କରୁଛନ୍ତି। ଏହାକୁ ଦୃଷ୍ଟିରେ  ରଖି  ଘରେ ରହୁଥିବା ପିଲାମାନଙ୍କୁ ବ୍ୟସ୍ତ ରଖିବା ଲାଗି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅନ୍‌ଲାଇନ୍ ପ୍ରତିଯୋଗିତା। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ […]

88800

88800

Tapaswini Nayak
  • Published: Thursday, 02 April 2020
  • Updated: 02 April 2020, 05:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା’ ମୁକାବିଲା ଲାଗି ସମଗ୍ର ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ସ୍କୁଲ୍‌, କଲେଜ ସବୁ ବନ୍ଦ ରହିଛି। ପିଲାମାନେ ବାହାରକୁ ନ ଯାଇ ପାରି ଘରେ ରହୁଛନ୍ତି। ସବୁ ବେଳେ ଘରେ ରହି ରହି ପିଲାମାନେ ବିରକ୍ତି ଭାବ ମଧ୍ୟ ପ୍ରକାଶ କରୁଛନ୍ତି। ଏହାକୁ ଦୃଷ୍ଟିରେ  ରଖି  ଘରେ ରହୁଥିବା ପିଲାମାନଙ୍କୁ ବ୍ୟସ୍ତ ରଖିବା ଲାଗି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅନ୍‌ଲାଇନ୍ ପ୍ରତିଯୋଗିତା। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇଛି। ‘ମୋ ପ୍ରତିଭା’ ନାମକ ଏହି ପ୍ରତିଯୋଗିତାକୁ ୟୁନିସେଫ୍ ସହ ମିଶି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥିରେ ୫ବର୍ଷରୁ ୧୮ ବର୍ଷ ବୟସର ପିଲା ଭାଗ ନେଇପାରିବେ।

ଏଥିରେ ଚିତ୍ରକଳା, ଚିତ୍ରାଙ୍କନ, ପୋଷ୍ଟର ଓ ସ୍ଲୋଗାନ ଲିଖନ ସହ ସର୍ଟ ଷ୍ଟୋରୀ ଏବଂ କବିତା ଲିଖନ ଭଳି ପ୍ରତିଯୋଗିତା ରହିଛି । ଏଥିରେ ଭାଗ ନେଉଥିବା ପିଲାମାନେ ନିଜ ନାମ, ବୟସ, ସ୍କୁଲ ଏବଂ ସମ୍ପୂର୍ଣ୍ଣ ଠିକଣା ଲେଖି ସରକାରଙ୍କ ହ୍ୱାଟ୍ସଅପ୍ ନମ୍ବର ୭୬୫୭୦୩୯୮୯୧ ଏବଂ ଇମେଲ୍ INFO@SPORTSODISHA.GOV.INକୁ ପଠାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos