ମା‘ ପାଇଁ ପ୍ରଚାର କରୁ କରୁ ପୁଅ ନିଖୋଜ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ମା’ ପାଇଁ ପ୍ରଚାର କରିବାକୁ ଯାଇ ପୁଅ ନିଖୋଜ। ତାଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି। ଏହି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ପଙ୍ଗାରସିଂହ ପଞ୍ଚାୟତରୁ। ଏହି ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ନିରୂପମା ମହାପାତ୍ର। ତାଙ୍କ ପାଇଁ ପ୍ରଚାର କରିବାକୁ ତାଙ୍କ ପୁଅ ପ୍ରତାପ ଗତକାଲି ସକାଳେ ଘରୁ ବାହାରି ଯାଇଥିଲେ। କିନ୍ତୁ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି଼ […]

KHORDHA

KHORDHA

Tapaswini Nayak
  • Published: Friday, 28 January 2022
  • Updated: 28 January 2022, 10:14 AM IST

Sports

Latest News

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ମା’ ପାଇଁ ପ୍ରଚାର କରିବାକୁ ଯାଇ ପୁଅ ନିଖୋଜ। ତାଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି। ଏହି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ପଙ୍ଗାରସିଂହ ପଞ୍ଚାୟତରୁ।

ଏହି ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ନିରୂପମା ମହାପାତ୍ର। ତାଙ୍କ ପାଇଁ ପ୍ରଚାର କରିବାକୁ ତାଙ୍କ ପୁଅ ପ୍ରତାପ ଗତକାଲି ସକାଳେ ଘରୁ ବାହାରି ଯାଇଥିଲେ। କିନ୍ତୁ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି଼ ଥିଲେ ବି ପାଇ ନଥିଲେ। ଏହା ପରେ ସେମାନେ ବାଘମାରୀ ଥାନାରେ ଅପହରଣ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଘଟଣାର ଖୋଳତାଡ଼ କରୁଛି।

ସୂଚନାଯୋଗ୍ୟ, ଗତକାଲି ପୁରୀ ସଦର ଥାନା ଅନ୍ତର୍ଗତ କାଶୀହରିପୁରର ବସନ୍ତେଇ ଠାକୁରାଣୀ ମନ୍ଦିର ନିକଟରେ ବୋମାମାଡ଼ ହୋଇଥିଲା। ଚଳିତ ନିର୍ବାଚନରେ କାଶୀହରିପୁର ପଞ୍ଚାୟତରୁ ସରପଞ୍ଚ ପାର୍ଥୀ ହୋଇଥିବା ମୁକ୍ତିକାନ୍ତ ପଣ୍ଡାଙ୍କ ଘର ପଛପଟେ ଏହି ବୋମାମାଡ଼ ହୋଇଥିଲା। କେହି ଆକ୍ରୋଶମୂଳକ ଭାବେ ତାଙ୍କ ଘର ପଛପଟେ ବୋମାମାଡ଼ କରିଥିବା ମୁକ୍ତିକାନ୍ତ ପଣ୍ଡା କହିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos