ଟିକା ପାଇଁ ପୁଣି ଦୁଇ ଟିକା ଉତ୍ପାଦକଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିକା ପାଇଁ ପୁଣି ଦୁଇ ଟିକା ଉତ୍ପାଦକଙ୍କୁ ରାଜ୍ୟ ସରକାର ଚିଠି ଲେଖିଲେ। ସେରମ ଇନଷ୍ଟିଚ୍ୟୁଟ୍‌ ଓ ଭାରତ ବାୟୋଟେକକୁ ସ୍ୱାସ୍ଥ୍ୟ ACSଙ୍କ ଚିଠି। କେଉଁ ପର୍ଯ୍ୟାୟରେ କେତେ ଟିକା ଦରକାର, ସେନେଇ ଚିଠି ଲେଖିଲେ। ମେ’ ମାସ ପାଇଁ ୪୦ ଲକ୍ଷ କୋଭିସିଲଡ ଟିକା ଆବଶ୍ୟକ ଥିବା ଲେଖିଲେ। ଜୁନ, ଜୁଲାଇ, ଅଗଷ୍ଟ ପାଇଁ ମାସିକ ୬୦ ଲକ୍ଷ ଡୋଜ୍ ଆବଶ୍ୟକ ବୋଲି ଲେଖିଲେ। ମେ ୩୧ ସୁଦ୍ଧା ୫ ଲକ୍ଷ କୋଭାକ୍ସିନ […]

Covid Vaccine

Covid Vaccine

Tapas Behera
  • Published: Thursday, 29 April 2021
  • Updated: 29 April 2021, 04:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିକା ପାଇଁ ପୁଣି ଦୁଇ ଟିକା ଉତ୍ପାଦକଙ୍କୁ ରାଜ୍ୟ ସରକାର ଚିଠି ଲେଖିଲେ। ସେରମ ଇନଷ୍ଟିଚ୍ୟୁଟ୍‌ ଓ ଭାରତ ବାୟୋଟେକକୁ ସ୍ୱାସ୍ଥ୍ୟ ACSଙ୍କ ଚିଠି। କେଉଁ ପର୍ଯ୍ୟାୟରେ କେତେ ଟିକା ଦରକାର, ସେନେଇ ଚିଠି ଲେଖିଲେ। ମେ’ ମାସ ପାଇଁ ୪୦ ଲକ୍ଷ କୋଭିସିଲଡ ଟିକା ଆବଶ୍ୟକ ଥିବା ଲେଖିଲେ। ଜୁନ, ଜୁଲାଇ, ଅଗଷ୍ଟ ପାଇଁ ମାସିକ ୬୦ ଲକ୍ଷ ଡୋଜ୍ ଆବଶ୍ୟକ ବୋଲି ଲେଖିଲେ। ମେ ୩୧ ସୁଦ୍ଧା ୫ ଲକ୍ଷ କୋଭାକ୍ସିନ ଦେବାକୁ ଚିଠି ଲେଖିଲେ ACS।

ବାକି ୫.୩୪ ଲକ୍ଷ ଡୋଜ୍ ଜୁନ୍ ୧୫ ସୁଦ୍ଧା ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁଯାୟୀ ୧୮ରୁ ୪୪ ବର୍ଗଙ୍କୁ ମାଗଣା ଟିକା ଦେବାକୁ ରାଜ୍ୟ ଘୋଷଣା କରିଛି। ସେପଟେ ଗତକାଲି ତୁଳନାରେ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ଏବେ ବି ଲୋକଙ୍କୁ ଡରାଉଛି।  ଆଜି ରାଜ୍ୟରେ  ୬୯୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକରୁ ୫୧୭  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୪୭୪, ନୂଆପଡ଼ାରୁ ୪୨୦, ଝାରସୁଗୁଡ଼ାରୁ ୩୯୬, ବରଗଡ଼ରୁ ୩୩୦, ଅନୁଗୁଳରୁ ୩୨୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରୁ ୩୨୩, ମୟୂରଭଞ୍ଜରୁ ୩୦୮, କଳାହାଣ୍ଡିରୁ ୨୯୨, ପୁରୀରୁ ୨୮୮, ନବରଙ୍ଗପୁରରୁ ୨୫୫, ବଲାଙ୍ଗିରରୁ ୨୩୬, ଯାଜପୁରରୁ ୨୨୬, , ରାୟଗଡ଼ାରୁ ୧୮୧, କେନ୍ଦୁଝରରୁ ୧୬୦, ସୁବର୍ଣ୍ଣପୁରରୁ ୧୩୧, ଗଞ୍ଜାମରୁ ୧୨୮, ଗଜପତି ଓ ନୟାଗଡ଼ରୁ ୧୨୧ ଲେଖାଏଁ, ବାଲେଶ୍ୱରରୁ ୯୭, ଭଦ୍ରକରୁ ୯୧, କେନ୍ଦ୍ରାପଡ଼ାରୁ ୭୭, ଦେବଗଡ଼ରୁ ୭୪, ବୌଦ୍ଧରୁ ୬୫ ଓ ଷ୍ଟେଟ୍ ପୁଲ୍ରୁ  ୧୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos