ଜଗତସିଂହପୁରରେ କଟକଣା କୋହଳ; ଏହି ସମୟରେ ଖୋଲିବ ଦୋକାନ

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲାରେ କରୋନା କଟକଣାକୁ ସାମାନ୍ୟ କୋହଳ କରାଯାଇଛି। ଅନୁମତିପ୍ରାପ୍ତ ଦୋକାନ ଖୋଲିବା ସମୟର ପରିବର୍ତ୍ତନ କରିଛନ୍ତି ଜିଲ୍ଲାପାଳ।

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ଦୋକାନ ଖୋଲା ରହିବ। ଦୋକାନ ଆଗରେ ଭି଼ଡ ଜମାଇବା ପାଇଁ ମନା କରାଯାଇଛି। ଏହାସହ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଛି।

ଏହାସହ ଔଷଧ ଦୋକାନ ଖୋଲିବାରେ କୌଣସି କଟକଣା ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ  ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୯,୦୧୮ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪, ୪୮୨ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଏବେ ୧୪,୨୬୭ଟି ଆକ୍ଟିଭ କେସ୍‌ ରହିଛି।