ରାଜଧାନୀ ସିସିଟିଭିକୁ ମୋତିଆବିନ୍ଦୁ ! କିଛି ଦେଖିପାରୁନି  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜଧାନୀ ଭୁବନେଶ୍ୱରରେ ସିସିଟିଭି ବ୍ୟବସ୍ଥାର ଦୟନୀୟ ଚିତ୍ର । ସହରର କଳିକନ୍ଦିରେ କ୍ୟାମେରା ତ ଲାଗିଛି । ତେବେ ସେଥିରୁ ଅଧିକାଂଶ କାମ କରୁନି । ତେଣୁ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ହେଉ କି ହତ୍ୟା,ଡକାୟତି ବା ଛିନ୍ତାଇ ଭଳି ଅପରାଧ ଅପରାଧୀଙ୍କ ଉପରେ ନଜର ରଖିବା ଲାଗି ହୋଇଥିବା ବ୍ୟବସ୍ଥା କାମରେ ଆସୁନି । ଏଣେ ଦିନ ଦ୍ୱିପହରେ ବିଚ୍ ରାସ୍ତାରେ ଅପରାଧ ଘଟୁଥିଲେ ବି ପୁଲିସ ପ୍ରମାଣ ସଂଗ୍ରହ ଲାଗି ନାକେଦମ […]

gbm-87

gbm-87

Tapas Behera
  • Published: Monday, 08 March 2021
  • Updated: 08 March 2021, 08:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜଧାନୀ ଭୁବନେଶ୍ୱରରେ ସିସିଟିଭି ବ୍ୟବସ୍ଥାର ଦୟନୀୟ ଚିତ୍ର । ସହରର କଳିକନ୍ଦିରେ କ୍ୟାମେରା ତ ଲାଗିଛି । ତେବେ ସେଥିରୁ ଅଧିକାଂଶ କାମ କରୁନି । ତେଣୁ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ହେଉ କି ହତ୍ୟା,ଡକାୟତି ବା ଛିନ୍ତାଇ ଭଳି ଅପରାଧ ଅପରାଧୀଙ୍କ ଉପରେ ନଜର ରଖିବା ଲାଗି ହୋଇଥିବା ବ୍ୟବସ୍ଥା କାମରେ ଆସୁନି । ଏଣେ ଦିନ ଦ୍ୱିପହରେ ବିଚ୍ ରାସ୍ତାରେ ଅପରାଧ ଘଟୁଥିଲେ ବି ପୁଲିସ ପ୍ରମାଣ ସଂଗ୍ରହ ଲାଗି ନାକେଦମ ହେଉଛି।

ତଥ୍ୟ କହୁଛି ସ୍ମାର୍ଟସିଟି ଯୋଜନାରେ ରାଜଧାନୀର ୬୫ଟି  ସ୍ଥାନରେ ୨୯୨ଟି ସିସିଟିଭି  କ୍ୟାମେରା ଲାଗିଛି । ତେବେ ସେଥିରୁ ମାତ୍ର ୧୨୦ଟି କାମ କରୁଛି । ସେହିପରି କମିଶନରେଟ ପୁଲିସ ପକ୍ଷରୁ ବି ୨୮ ସ୍ଥାନରେ ୧୨୫ଟି ସିସିଟିଭି ଲଗାଯାଇଥିଲେ ମଧ୍ୟ ସେଥିରୁ ବି ଅନେକ ଅଚଳ ହୋଇପଡିଛି।  ସେହିପରି ସ୍ମାର୍ଟସିଟି ଯୋଜନା ଅନ୍ତର୍ଗତ ରାଜଧାନୀରେ ମୋଟ ୧୫୯ ସ୍ଥାନରେ ୫୯୨ ଟି କ୍ୟାମେରା ଲଗାଯିବାର ଥିଲା । ମାତ୍ର  ଏଯାଏଁ ସେ ଟାର୍ଗେଟ ବି ପୂରଣ ହୋଇପାରିନି।

ଚୋରି, ଡକାୟତି, ଛିନତାଇ ଭଳି ଅପରାଧ ଉପରେ ନଜର ରଖିବା ଦିଗରେ ସିସିଟିଭି ଏକ ଉପଯୋଗୀ ବ୍ୟବସ୍ଥା।  ନିକଟରେ ଘଟିଥିବା ବହୁଚର୍ଚ୍ଚିତ ଝରାଫୁଲ ମାମଲାକୁ ଉଦାହରଣ ଭାବେ ନିଆଯାଇପାରେ। ଅଭିଯୁକ୍ତ  ମୃତଦେହକୁ ଦୁଇ ଚକିଆ ଯାନରେ ରଖି ଶହେ କିଲୋମିଟର ଯାଇଥିଲେ  ବି ଜଣାପଡିନଥିଲା । ମାତ୍ର ଘରୋଇ ସିସିଟିଭି ଫୁଟେଜ୍ ଆଧାରରେ ଅପରାଧୀ ନିକଟରେ ପହଞ୍ଚି ପାରିଥିଲା ପୁଲିସ। ଏଣେ ସହରର ସବୁ ସ୍ଥାନରେ ପୁଲିସ ମୁତୟନ ସମ୍ଭବ ହେଉନଥିବାରୁ ଅପରାଧୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଅଧିକ ସିସିଟିଭି ଲଗାଯିବ ଓ ଡ୍ରୋନ୍ ହବ୍ ପ୍ରତିଷ୍ଠା କରାଯିବ ବୋଲି କମିଶନରେଟ ପୋଲିସର ପ୍ରତିଷ୍ଠା ଦିବସରେ କହିଥିଲେ ପୁଲିସ କମିଶନର। ମାତ୍ର ଏଯାଏଁ ତାର ନାଁଗନ୍ଧ ନାହିଁ । ତେବେ ଅପରାଧୀଙ୍କ ଉପରେ ନଜର ରଖିବାରେ ସିସିଟିଭି ଅତିଗୁରୁତ୍ୱପୂର୍ଣ୍ଣ ବୋଲି ମାନିଛନ୍ତି ଭୁବନେଶ୍ୱର ଡିସିପି। ବଡ଼ ବଡ଼ ସହରଗୁଡିକରେ ହଜାର ହଜାର ସଂଖ୍ୟାରେ ସିସିଟିଭି କ୍ୟାମେରା କାମ କରୁଛି । ତେବେ ରାଜଧାନୀର ମାତ୍ର କେତୋଟି ସିସିଟିଭିକୁ କାହିଁକି ଠିକ୍‌ରେ ପରିଚାଳନା କରାଯାଇପାରୁନି ତାହା ବଡ଼ ପ୍ରଶ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos