ଗାଧୋଇଲା ବେଳେ କୂଅରେ ଖସି ପଡ଼ିଲେ ଯୁବକ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଗାଧୋଉ ଥିବାବେଳେ କୂଅରେ ଖସିପଡ଼ିଲେ ଯୁବକ। ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ। ଏଭଳି ଘଟଣା  ଘଟିଛି ଢେଙ୍କାନାଳ ଜିଲ୍ଲାର ରଗଡି ସାହିରେ। ଯୁବକଙ୍କ ନାଁ ବିକାଶ ରଞ୍ଜନ ସାହୁ। ଆଜି ଦିନ ପ୍ରାୟ ୧୦ଟା ସମୟରେ ବିକାଶ କୂଳ ପାଖରେ ଗାଧୋଉଥିଲେ। ଅସାବଧାନତା କାରଣରୁ ଗୋଡ଼ ଖସିଯିବାରୁ ସେ କୂଅ ଭିତରେ ପଡ଼ି ଯାଇଥିଲେ। ପରିବାର ଲୋକେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ବିକାଶଙ୍କୁ ସୁରକ୍ଷିତ […]

Well

Well

Tapaswini Nayak
  • Published: Saturday, 14 May 2022
  • Updated: 14 May 2022, 01:38 PM IST

Sports

Latest News

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଗାଧୋଉ ଥିବାବେଳେ କୂଅରେ ଖସିପଡ଼ିଲେ ଯୁବକ। ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ। ଏଭଳି ଘଟଣା  ଘଟିଛି ଢେଙ୍କାନାଳ ଜିଲ୍ଲାର ରଗଡି ସାହିରେ। ଯୁବକଙ୍କ ନାଁ ବିକାଶ ରଞ୍ଜନ ସାହୁ।

ଆଜି ଦିନ ପ୍ରାୟ ୧୦ଟା ସମୟରେ ବିକାଶ କୂଳ ପାଖରେ ଗାଧୋଉଥିଲେ। ଅସାବଧାନତା କାରଣରୁ ଗୋଡ଼ ଖସିଯିବାରୁ ସେ କୂଅ ଭିତରେ ପଡ଼ି ଯାଇଥିଲେ। ପରିବାର ଲୋକେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ବିକାଶଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।    ବିକାଶଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି।  କୂଅର ଗଭୀରତା ୨୫ ଫୁଟ୍‌ ଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos