ପ୍ରାଥମିକ ଶିକ୍ଷାରେ କରାଯିବ ଏହି ୧୬ଟି ପରିବର୍ତ୍ତନ

ପ୍ରାଥମିକ ଶିକ୍ଷାରେ ଆସିବ ବ୍ୟାପକ ପରିବର୍ତ୍ତନ। ଯେଉଁ ଢାଞ୍ଚାରେ ଶିକ୍ଷକ ନିଯୁକ୍ତି ହେଉଛନ୍ତି ଅଥବା ପାଠପଢା ଯାଉଛି ସେଥିରେ ଆସିବ ପରିବର୍ତ୍ତନ।  ଆସନ୍ତା ୨୪ ମାସ ମଧ୍ୟରେ ୧୫ଟି ସଂସ୍କାରମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ତା ହେଲେ ଆସନ୍ତୁ ଜାଣିବା କ’ଣ ଏହି ସଂସ୍କାରମୂଳକ ପଦକ୍ଷେପ । ୧- ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ପରିବର୍ତ୍ତନ ଆସିବ। ନିଯୁକ୍ତି ଲାଗି ଏଣିକି ଶିକ୍ଷାଗତ ଯୋଗ୍ୟତାକୁ ଆଉ ମାନଦଣ୍ଡ […]

vlcsnap-2015-11-23-21h07m15s1591

vlcsnap-2015-11-23-21h07m15s1591

Rakesh Mallick
  • Published: Friday, 06 April 2018
  • Updated: 06 April 2018, 06:54 PM IST

ପ୍ରାଥମିକ ଶିକ୍ଷାରେ ଆସିବ ବ୍ୟାପକ ପରିବର୍ତ୍ତନ। ଯେଉଁ ଢାଞ୍ଚାରେ ଶିକ୍ଷକ ନିଯୁକ୍ତି ହେଉଛନ୍ତି ଅଥବା ପାଠପଢା ଯାଉଛି ସେଥିରେ ଆସିବ ପରିବର୍ତ୍ତନ।  ଆସନ୍ତା ୨୪ ମାସ ମଧ୍ୟରେ ୧୫ଟି ସଂସ୍କାରମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ତା ହେଲେ ଆସନ୍ତୁ ଜାଣିବା କ’ଣ ଏହି ସଂସ୍କାରମୂଳକ ପଦକ୍ଷେପ ।

୧- ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ପରିବର୍ତ୍ତନ ଆସିବ। ନିଯୁକ୍ତି ଲାଗି ଏଣିକି ଶିକ୍ଷାଗତ ଯୋଗ୍ୟତାକୁ ଆଉ ମାନଦଣ୍ଡ ଭାବେ ଧରାଯିବ ନାହିଁ। ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ପଡିବ।

୨- ୧୦୦ ମିଟର ଦୂରରେ ଥିବା ରାଜ୍ୟର ୪,୨୦୦ ସ୍କୁଲକୁ ମିଶ୍ରଣ କରାଯିବ।

୩- ଶିକ୍ଷକ ଚୟନ ପାଇଁ ଯେଉଁ ପ୍ରତିଯୋଗିତାମୂଳକ ପରୀକ୍ଷା ହେବ, ତାହାକୁ ଷ୍ଟାଫ ସିଲେକ୍ସନ କମିସନ(SSC) ପରିଚାଳନା କରିବ। ଯେଉଁମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ନିଯୁକ୍ତି ମିଳିବ।

୪- ଶିକ୍ଷକ ଛାତ୍ରଛାତ୍ରୀଙ୍କ ଅନୁପାତରେ ସୁଧାର ଆସିବ। ଶିକ୍ଷକଙ୍କୁ ତାଲିମ ଦିଆଯିବ । ପ୍ରତି ଜିଲ୍ଲାରେ ଥିବା ଜିଲ୍ଲା ଶିକ୍ଷାଅଧିକାରୀ(ଡିଇଓ) ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିସିସି)ଙ୍କ କାର୍ଯ୍ୟାଳୟକୁ ମିଶାଇ ଗୋଟିଏ କରାଯିବ। ବିଭାଗ ଅଧୀନରେ ଥିବା ନିର୍ଦ୍ଦେଶାଳୟଗୁଡିକ ସଂଖ୍ୟା ହ୍ରାସ ପାଇବ।

୫- ଓଡିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରଧିକରଣ (ଓପେପା) ଓ ଓଡିଶା ମାଧ୍ୟମିକ ଶିକ୍ଷା ମିସନ(ଓଏମ୍‌ଏସ୍‌ଏମ୍‌)କୁ ମିଶାଇ ଓଡ଼ିଶା  ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରଧିକରଣ( ଓଏସ୍‌ଇପିଏ) କରାଯିବ।

୬- ଏସ୍‌ସିଇଆର୍‌ଟି ମଧ୍ୟରେ ଇଏଲ୍‌ଟିଆଇ, ଏସ୍‌ଆଇଇଏମ୍‌ ଓ ଏସ୍‌ଆର୍‌ସିକୁ ବଲିନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏସ୍‌ସିଇଆର୍‌ଟିର ଜଣେ ନିର୍ଦ୍ଦେଶକ ରହିବେ। ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟକୁ ଆହୁରି ସୁଦୃଢ କରାଯିବ । କାର୍ଯ୍ୟ ଶୈଳୀରେ ବି ପରିବର୍ତ୍ତନ ଆସିବ।

୭- ଉଚ୍ଚ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ନିର୍ଦ୍ଦେଶାଳୟକୁ ମିଶାଇ ଦିଆଯିବ। ୭ଜଣ ଆଞ୍ଚଳିକ ନିର୍ଦ୍ଦେଶକ ମଧ୍ୟ ନିଯୁକ୍ତି ହେବେ। ଟିବିପିଏମ୍‌, ଓଭିଏସ୍‌, ଏମ୍‌ଡିଏମ୍‌ ଓ ବିଭାଗ ଅଧୀନରେ ଥିବା ବୋର୍ଡଗୁଡିକରେ କୌଣସି ପରବର୍ତ୍ତନ କରାଯିବ ନାହିଁ। ଉକ୍ତ ସଂସ୍ଥାଗୁଡିକ ଯେଉଁଭଳି ରହିଛି ସେଭଳି କାର୍ଯ୍ୟ କରିବେ।

୮- ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ଏଣିକି ଅନ୍‌ଲାଇନ୍‌ରେ ହେବ। ଏଥିପାଇଁ ଏକ ପୋର୍ଟାଲ ପ୍ରସ୍ତୁତ ହେଉଛି। ଯେଉଁମାନେ ଅନ୍‌ଲାଇନ୍‌ ଆବେଦନ କରିବେ ସେମାନଙ୍କ ବଦଳିକୁ ବିଚାରକୁ ନିଆଯିବ।

୯- ଶିକ୍ଷକଙ୍କ ତାଲିମ ଦିଗରେ ବି ପଦକ୍ଷେପ ଗ୍ରହଣ କରାଯାଉଛି। ଆସନ୍ତା ଏପ୍ରିଲ ୧୭ରୁ ମେ ୫ ତାରିଖ ମଧ୍ୟରେ ରାଜ୍ୟର ଏକ ଲକ୍ଷ ୭୫ ହଜାର ଶିକ୍ଷକଙ୍କୁ ବ୍ଲକ ସ୍ତରରେ ତାଲିମ ଦିଆଯିବ। ଏହି ସମୟରେ ଶିକ୍ଷକମାନେ ଅନ୍ୟ କୌଣସି କାର୍ଯ୍ୟ କରିବେ ନାହିଁ।

୧୦- ୧୪ ହଜାର ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଏପ୍ରିଲ ୩୦ ସୁଦ୍ଧା ସେମାନେ କାର୍ଯ୍ୟରେ ଯୋଗଦେବେ। ମାଧ୍ୟମିକ ଶିକ୍ଷାସ୍ତରରେ ଖୋଲିଥିବା ଶିକ୍ଷକ ପଦବି ଗୁଡିକ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯିବ।

୧୧- ପ୍ରଧାନ ଶିକ୍ଷକ ପଦବୀ ପୂରଣ ଲାଗି ଏପ୍ରିଲ ୨୫ ସୁଦ୍ଧା ଗ୍ରେଡେସନ୍‌ ଲିଷ୍ଟର ଡାଟାବେସ ପ୍ରସ୍ତୁତ ହେବ।

୧୨- ସ୍କୁଲଗୁଡିକ ଲାଗି ନୂତନ ମନିଟରିଂ ସିଷ୍ଟମ ଲାଗୁ ହେବ। ନିୟମିତ ବ୍ୟବଧାନରେ ଏହାର ତଦାରଖ କରାଯିବ।

୧୩- ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଓଡିଆ, ଗଣିତ ଓ ଇଂରାଜୀ ବିଷୟରେ ଜ୍ଞାନ ବୃଦ୍ଧି ଲାଗି ‘ଉଜ୍ୱଳ’ କାର୍ଯ୍ୟକ୍ରମ ପ୍ରଣୟନ କରାଯାଇଛି।

୧୪- ଆସନ୍ତା ୧୮ ଜୁନ୍‌ରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଲର୍ଣ୍ଣିଂ କ୍ୟାମ୍ପ କରାଯିବ। ଏହାପରେ ପ୍ରତିଦିନ ୧୦ଟା ୩୦ରୁ ୧୧ଟା ୧୫ ଯାଏ ଗୋଟିଏ କ୍ଲାସ ନିଆଯିବ। ୬ଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଲାଗି ହେଉଥିବା ‘ଉତ୍ଥାନ’ କାର୍ଯ୍ୟକ୍ରମରେ ପିଲାମାନଙ୍କ ଓଡିଆ, ଗଣିତ, ବିଜ୍ଞାନ ଓ ଇଂରାଜୀ ବିଷୟରେ ଜ୍ଞାନବୃଦ୍ଧି କରାଯିବ। ଏଥିପାଇଁ ଜୁନ୍‌ ୧୮ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲର୍ଣ୍ଣିଂ କ୍ୟାମ୍ପ କରାଯିବା ସହ ପ୍ରତି ସୋମବାର ୩ ଘଣ୍ଟାର ରିମେଡିଏସନ୍‌ କ୍ଲାସ ହେବ।

୧୫- ଚିହ୍ନଟ ହୋଇଥିବା ୧୫ ଜିଲ୍ଲାର ୯ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ‘ଉତ୍କର୍ଷ’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଆ ଗଣିତ, ବିଜ୍ଞାନ ଓ ଇଂରାଜୀ ବିଷୟରେ ଦକ୍ଷତା ବୃଦ୍ଧି କରାଯିବ।

୧୬- ଏବେ ଗଣଶିକ୍ଷା ବିଭାଗର ୬୪ ହଜାର ମାମଲା ପଡିରହିଛି। ସେଗୁଡିକୁ ଅନ୍‌ଲାଇନ୍‌ ମାଧ୍ୟମରେ ସୁପରିଚାଳନା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos