ଘରେ ପଶିଲେ, କଳାକନା ବୁଲାଇଲେ

ତେଲକୋଇ(ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ରହୁଥିବା ପଞ୍ଚାନନ ସାମନ୍ତରାଏଙ୍କ  ଘରୁ  ଲକ୍ଷାଧିକ ଟଙ୍କା, ସୁନାଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ପଞ୍ଚାନନଙ୍କ ପରିବାର ସଦସ୍ୟ ଘରେ ଶୋଇଥିଲା ବେଳେ ଚୋରମାନେ ତାଙ୍କ ଘରେ ପଶି  କଳାକନା  ବୁଲାଇଦେଇଥିଲେ। ତେବେ ପଞ୍ଚାନନ ଆଜି ସକାଳୁ ଉଠି ଦେଖିଲା ବେଳକୁ ଶୋଇବା ଘରର ଆଲମିରା ଖୋଲା ପଡ଼ିଥିବା ବେଳେ ଘର ପଛରେ ଥିବା ଗ୍ରିଲ୍‌  ତଡ଼ା ଯାଇଥିଲା।  ଏହା […]

loot-1

loot-1

Tapaswini Nayak
  • Published: Monday, 21 October 2019
  • Updated: 21 October 2019, 11:54 AM IST

Sports

Latest News

ତେଲକୋଇ(ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ରହୁଥିବା ପଞ୍ଚାନନ ସାମନ୍ତରାଏଙ୍କ  ଘରୁ  ଲକ୍ଷାଧିକ ଟଙ୍କା, ସୁନାଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ପଞ୍ଚାନନଙ୍କ ପରିବାର ସଦସ୍ୟ ଘରେ ଶୋଇଥିଲା ବେଳେ ଚୋରମାନେ ତାଙ୍କ ଘରେ ପଶି  କଳାକନା  ବୁଲାଇଦେଇଥିଲେ।

ତେବେ ପଞ୍ଚାନନ ଆଜି ସକାଳୁ ଉଠି ଦେଖିଲା ବେଳକୁ ଶୋଇବା ଘରର ଆଲମିରା ଖୋଲା ପଡ଼ିଥିବା ବେଳେ ଘର ପଛରେ ଥିବା ଗ୍ରିଲ୍‌  ତଡ଼ା ଯାଇଥିଲା।  ଏହା ସହିତ ତାଙ୍କ ଆଲମିରାରୁ ଟଙ୍କା ଓ ସୁନା ଗହଣା ଗାଏବ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ।

ତେବେ ପୁଲିସ୍‌ ତଦନ୍ତ ବେଳେ ଚୋର  କରିଥିବା ଏକ ବ୍ୟାଗ୍‌ ଘର ପଛରେ ଥିବା ଏକ ଜମିରୁ ପାଇଥିଲା। ଏହା ସହିତ ହଳେ ଚପଲ ମଧ୍ୟ ମିଳିଥିଲା। ତାହା ଚୋରି କରିବାକୁ ଆସିଥିବା ଲୁଟେରାଙ୍କର ହୋଇଥାଇପାରେ ବୋଲି ପୁଲିସ୍‌ ଅନୁମାନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos