ଓଡ଼ିଶା ରାଜନୀତି ମହାକାଶରେ ମହଜାଗତିକ ଦୃଶ୍ୟ; ବିଜୟ-ତଥାଗତ ଫଟୋ ଭାଇରାଲ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ବେଳେ ବେଳେ ମହାକାଶରେ ମହାଜାଗତିକ ଦୃଶ୍ୟ ଦେଖାଯାଏ। ଏହି ରୋଚକ ଦୃଶ୍ୟକୁ ଦେଖିବା ପାଇଁ ମନ ଯେମିତି ରୋମାଞ୍ଚିତ ହୁଏ ରାଜନୀତି ଆକାଶରେ ମଧ୍ୟ ସେମିତି ବିରଳ ଦୃଶ୍ୟ ଦେଖିବାକୁ ଉତ୍କଣ୍ଠା ଭରିଯାଏ। ଏଠି କେତେବେଳେ ଶତ୍ରୁ-ମିତ୍ର ଗୋଟିଏ ଘାଟରେ ପାଣି ପିଅନ୍ତି ତ ପୁଣି କେତେବେଳେ ମିତ୍ର-ମିତ୍ର ମଧ୍ୟରେ କଳି ଓ ମାରପିଟ୍‌  ହୋଇଥାଏ।  ଅବଶ୍ୟ ଏସବୁ ରାଜନୀତିରେ କିଛି ନୂଆ କଥା ନୁହେଁ। କିନ୍ତୁ ବେଳେ ବେଳେ ଏମିତି କିଛି ଛବି […]

Bijay-Tathagata

Bijay-Tathagata

Rakesh Mallick
  • Published: Monday, 29 January 2018
  • Updated: 29 January 2018, 10:50 AM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ବେଳେ ବେଳେ ମହାକାଶରେ ମହାଜାଗତିକ ଦୃଶ୍ୟ ଦେଖାଯାଏ। ଏହି ରୋଚକ ଦୃଶ୍ୟକୁ ଦେଖିବା ପାଇଁ ମନ ଯେମିତି ରୋମାଞ୍ଚିତ ହୁଏ ରାଜନୀତି ଆକାଶରେ ମଧ୍ୟ ସେମିତି ବିରଳ ଦୃଶ୍ୟ ଦେଖିବାକୁ ଉତ୍କଣ୍ଠା ଭରିଯାଏ। ଏଠି କେତେବେଳେ ଶତ୍ରୁ-ମିତ୍ର ଗୋଟିଏ ଘାଟରେ ପାଣି ପିଅନ୍ତି ତ ପୁଣି କେତେବେଳେ ମିତ୍ର-ମିତ୍ର ମଧ୍ୟରେ କଳି ଓ ମାରପିଟ୍‌  ହୋଇଥାଏ।  ଅବଶ୍ୟ ଏସବୁ ରାଜନୀତିରେ କିଛି ନୂଆ କଥା ନୁହେଁ।

କିନ୍ତୁ ବେଳେ ବେଳେ ଏମିତି କିଛି ଛବି ବାହାରକୁ ଆସେ ଯାହା କୌଣସି ମହାଜାଗତିକ ଦୃଶ୍ୟ ଠାରୁ କମ୍‌ ରୋଚକପୂର୍ଣ୍ଣ ନୁହେଁ। ଏବେ ସେମିତି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ତାହା ହେଉଛି ବିଜେଡି ସାଂସଦ ତଥାଗତ ସତପଥୀ ଓ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ମଧ୍ୟରେ ଅପୂର୍ବ ମିଳନର ଦୃଶ୍ୟ।  ଏହି ଫଟୋରେ ତଥାଗତ ସତପଥୀଙ୍କ ହାତକୁ  ବିଜୟ ମହାପାତ୍ର ହସ ହସ ମୁହଁରେ ଟାଣୁଥିବା ଦୃଶ୍ୟମାନ ହେଉଛି। ଉଭୟ ନେତା ହେଉଛନ୍ତି ପରସ୍ପର ବିରୋଧୀ ଦଳର। ବିଜୟଙ୍କ ନାଁ ଶୁଣିଲେ ତଥାଗତଙ୍କ ବ୍ରେନ୍‌ରେ ୪୪୦ ଭୋଲ୍‌ଟର ପୀତ ଚଢ଼ିଯାଏ, କିନ୍ତୁ ସେମାନେ ଆଜି କୋଳାକୋଳି।

ଅବଶ୍ୟ ଦିନେ ବିଜୟଙ୍କ ଓଜିପି (ଓଡ଼ିଶା ଗଣପରିଷଦ) ଶିବିରରେ ତଥାଗତ ନସରପସର ହେଉଥିଲେ। ପରେ ରାଜନୈତିକ ପାଣିପାଗ ପରିବର୍ତ୍ତନ ମଧ୍ୟରେ ତଥାଗତ ବିଜେଡିରେ ସାମିଲ ହୋଇଥିଲେ। ଆଉ ବିଜୟ ବିଜେପି ଆଡ଼କୁ ମୁହାଁଇଥିଲେ।  ଏବେ କିନ୍ତୁ ପଦ୍ମଦଳରେ ବିଜୟ ଅଲୋଡ଼ା ହୋଇ ଯାଇଥିବା ବେଳେ ପୁଣି ଥରେ ଶଙ୍ଖ ଦଳ ତାଙ୍କୁ ଆପଣେଇବା ନେଇ ଚର୍ଚ୍ଚା ହେଉଛି। ହେଲେ ଏସବୁ କେବଳ ଶୁଣା କଥା ମାତ୍ର। ଶଙ୍ଖ ଦଳର ସୁପ୍ରିମୋଙ୍କ ପାଖରୁ ସେମିତି କିଛି ସବୁଜ ସଙ୍କେତ ମିଳିନାହିଁ। ତେବେ ଉଭୟ ନେତାଙ୍କ ମିଳନ ପଛରେ କ’ଣ ରହିଛି ଉଦ୍ଦେଶ୍ୟ ?

ଏହି ଫଟୋଟି ଭୁବନେଶ୍ୱରର ହୋଟେଲ୍ ଟ୍ରାଇଡେଣ୍ଟରେ ଉଠିଥିବା ଜଣାପଡ଼ିଛି। କାରଣ ସେଦିନ  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ଦ ଟଲ୍ ମ୍ୟାନ୍’ ଉନ୍ମୋଚିତ ହୋଇଥିଲା। ଏଥିରେ ଯୋଗ ଦେବାକୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବଗୌଡ଼ା, ସିପିଆଇ (ଏମ୍) ସାଧାରଣ ସଂପାଦକ ସୀତାରାମ ୟେଚୁରୀ ଓ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ପ୍ରମୁଖ ଅତିଥି ହୋଇ ଆସିଥିଲେ। ସେମାନେ ହୋଟେଲ୍ ଟ୍ରାଇଡେଣ୍ଟକୁ ବିଶ୍ରାମ ନେବାକୁ ଆସିଥିବା ବେଳେ ବିଜୟ ମହାପାତ୍ର ସେମାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଆସିଥିଲେ। ସେତେବେଳେ ସେଠାରେ ତଥାଗତ ମଧ୍ୟ ଉପସ୍ଥିତ ଥିଲେ। ତେଣୁ ଏହି ଫଟୋ ସେହି ସମୟର ବୋଲି ଯାହା ଜଣାପଡ଼ିଛି।

ଉତ୍କଳ ମଣ୍ଡପରେ ଆୟୋଜିତ ‘ଦ ଟଲ୍ ମ୍ୟାନ୍’ ପୁସ୍ତକ ଉନ୍ମୋଚନ ଉତ୍ସବକୁ ରାଜ୍ୟର ବିଭିନ୍ନ ଦଳର ନେତାଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଏହି ତାଲିକାରେ ବିଜୟ ମହାପାତ୍ର ମଧ୍ୟ ସାମିଲ ହୋଇଥିଲେ। ସେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ବିଜୟଙ୍କୁ ନିମନ୍ତ୍ରଣ ପାଇଁ ତଥାଗତଙ୍କୁ ଦାୟିତ୍ୱ ଦିଆଯାଇଥିବା ବିଷେଶ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ବିଜୟ-ତଥାଗତଙ୍କ ମିଳନ କେତେ ଦୂର ଟାଣ ହେଉଛି ନା ଘୁଣ ଖାଉଛି ତାହା ସମୟ ହିଁ କହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos