ଏଥର ‘୧୨୦ ପ୍ଲସ୍‌’ ସ୍ଲୋଗାନ ପାଟିରେ କାହିଁକି ଧରିଲେନି ଅମିତ ଶାହା ?

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଦୁଇଦିନିଆ ଗସ୍ତରେ ଆସି ଆଜି ଓଡିଶା ମାଟିରେ ପୁଣି ପରିବର୍ତ୍ତନର ଦମ୍ଭୋକ୍ତି ଦେଖାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ପୁଣିଥରେ  ସରକାରଙ୍କୁ ଉପାଡି ଫୋପାଡିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଭବାନୀପାଟଣା ମହାସମାବେଶରେ ନବୀନଙ୍କ ଉପରେ ବର୍ଷିବା ସହ ରାଜ୍ୟ ସରକାର ବିକାଶ କରିବାରେ ବିଫଳ ହୋଇଥିବାର ଲମ୍ବା ଅଭିଯୋଗ ରଖି ୨୦୧୯ରେ ବିଜେପିକୁ ସରକାର କରିବାକୁ ମଉକା ଦେବାକୁ ଅନୁରୋଧ କରିଛନ୍ତି। ହେଲେ ଏଥର ତାଙ୍କ ପାଟିରୁ ୧୨୦ ପ୍ଲସ୍‌ […]

SHAH IMAGE

SHAH IMAGE

Rakesh Mallick
  • Published: Wednesday, 04 April 2018
  • Updated: 04 April 2018, 09:29 PM IST

Sports

Latest News

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଦୁଇଦିନିଆ ଗସ୍ତରେ ଆସି ଆଜି ଓଡିଶା ମାଟିରେ ପୁଣି ପରିବର୍ତ୍ତନର ଦମ୍ଭୋକ୍ତି ଦେଖାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ପୁଣିଥରେ  ସରକାରଙ୍କୁ ଉପାଡି ଫୋପାଡିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଭବାନୀପାଟଣା ମହାସମାବେଶରେ ନବୀନଙ୍କ ଉପରେ ବର୍ଷିବା ସହ ରାଜ୍ୟ ସରକାର ବିକାଶ କରିବାରେ ବିଫଳ ହୋଇଥିବାର ଲମ୍ବା ଅଭିଯୋଗ ରଖି ୨୦୧୯ରେ ବିଜେପିକୁ ସରକାର କରିବାକୁ ମଉକା ଦେବାକୁ ଅନୁରୋଧ କରିଛନ୍ତି। ହେଲେ ଏଥର ତାଙ୍କ ପାଟିରୁ ୧୨୦ ପ୍ଲସ୍‌ ସ୍ଲୋଗାନ ଶୁଣିବାକୁ ମିଳିନି।

୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ୧୨୦ ଆସନ ଜିତିବ ବୋଲି ପ୍ରଥମେ ଅମିତ ଶାହା କହିଥିଲେ। ଏହାପରେ ରାଜ୍ୟ ବିଜେପି ଉତ୍ସାହିତ ହୋଇ ପଡି ମଇଦାନକୁ କୁଦି ପଡ଼ିଥିଲା। ଯେବେ ବି ଯେଉଁ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଥିଲେ, କିଛି କୁହନ୍ତୁ ଅବା ନ କୁହନ୍ତୁ ୧୨୦ ପ୍ଲସ୍‌ କଥା କହିବାକୁ ଭୁଲୁ ନଥିଲେ। ହେଲେ ଏଥର ଅମିତ ଶାହାଙ୍କ ପାଟିରୁ ଏହା ଶୁଣା ନଯିବା ବହୁତ ପ୍ରଶ୍ନ ଛିଡା କରୁଛି।

କୁହାଯାଉଛି, ପଞ୍ଚାୟତ ନିର୍ବାଚନର ସଫଳତାକୁ ନେଇ ଡେଉଁଥିବା ବିଜେପିକୁ ବିଜେପୁର ଉପନିର୍ବାଚନ ତା’ର ଅସଲ ସ୍ଥିତି ସମ୍ପର୍କରେ ଚେତାଇ ଦେଇଛି। ଏହି ଉପନିର୍ବାଚନ ପରେ ବିଜେପିର ‘୧୨୦ ପ୍ଲସ୍‌’ କେବଳ ଦିବାସ୍ୱପ୍ନ ବୋଲି ବିଜେଡି ଓ କଂଗ୍ରେସ ପକ୍ଷରୁ ଆକ୍ଷେପ କରାଯାଇଥିଲା। ରାଜନୈତିକ ବିଶେଷଜ୍ଞମାନେ ମଧ୍ୟ ୧୨୦ ପ୍ଲସ୍‌ ବହୁ ଦୂରରେ ବୋଲି ମତ ଦେଇଥିଲେ। ଏପରି ସ୍ଥିତିରେ ଅମିତ ଶାହା ୧୨୦ ପ୍ଲସ୍‌ କଥା ଉଠାଇବାକୁ ଉଚିତ ମଣି ନଥିବା ଚର୍ଚ୍ଚା ହେଉଛି। ରାଜନୈତିକ ପଣ୍ଡିତମାନେ କହୁଛନ୍ତି ଯେ, ଏବେ ଅମିତ ଶାହା ଓଡ଼ିଶାରେ ବିଜେପି ଔକାତ ବିଷୟରେ ବାସ୍ତବ ସ୍ଥିତି ପାଇ ସାରିଛନ୍ତି। ତେଣୁ ବାହୋସ୍ପୋଟର ମାତ୍ରା ଟିକିଏ କମେଇ ଦେଇଚନ୍ତି।

ସୂଚନାଯୋଗ୍ୟ, ସାଧାରଣ ସଭା ପରେ ଅମିତ ଶାହା ସେପ୍ଟେମ୍ବରରେ ବିସ୍ତାରକଙ୍କୁ ଦେଇଥିବା ଟାସ୍କର ସମୀକ୍ଷା କରିଥିଲେ। କୋର କମିଟି ସମସ୍ୟଙ୍କ ଗୁପ୍ତ ମନ୍ତ୍ରଣା କରବା ସହ ସଂସଦୀୟ କ୍ଷେତ୍ର ପାଇଁ ଦାୟିତ୍ୱ ନେଇଥିବା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି, ମୋର୍ଚ୍ଚା ସଭାପତି, ସାଧାରଣ ସଂପାଦକ ଓ ବିଧାୟକମାନଙ୍କ ସହ  ବୈଠକ କରି ମିଶନ ୧୯ର  ରୋଡମ୍ୟାପ ପ୍ରସ୍ତୁତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos