ଏଥର ପତିତପାବନଙ୍କର ହେବନି ନାଗାର୍ଜୁନ ବେଶ

ପୁରୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୫ ବର୍ଷ ପରେ ଦେଖିବାକୁ ମିଳିଥାନ୍ତା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏଥିପାଇଁ ଭକ୍ତମାନଙ୍କ ମଧ୍ୟରେ ଥିଲା ନାହିଁ ନଥିବା ଉତ୍ସାହ। ହେଲେ ସବୁକିଛି ଫିକା କରିଦେଲା କରୋନା।  ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ଲାଗି ଏ ବେଶ ଦର୍ଶନରୁ ବଞ୍ଚିତ ହେବାକୁ ଯାଉଛନ୍ତି କୋଟି କୋଟି ଶ୍ରଦ୍ଧାଳୁ । ୨୫ ବର୍ଷ ଅନ୍ତରରେ ଶୁକ୍ରବାର ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ । କିନ୍ତୁ ଏଥର ସିଂହଦ୍ୱାରରେ ଅବସ୍ଥାନ କରୁଥିବା ପତିତପାବନଙ୍କର […]

790-1

790-1

Tapas Behera
  • Published: Tuesday, 24 November 2020
  • Updated: 24 November 2020, 07:49 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୫ ବର୍ଷ ପରେ ଦେଖିବାକୁ ମିଳିଥାନ୍ତା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏଥିପାଇଁ ଭକ୍ତମାନଙ୍କ ମଧ୍ୟରେ ଥିଲା ନାହିଁ ନଥିବା ଉତ୍ସାହ। ହେଲେ ସବୁକିଛି ଫିକା କରିଦେଲା କରୋନା।  ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ଲାଗି ଏ ବେଶ ଦର୍ଶନରୁ ବଞ୍ଚିତ ହେବାକୁ ଯାଉଛନ୍ତି କୋଟି କୋଟି ଶ୍ରଦ୍ଧାଳୁ । ୨୫ ବର୍ଷ ଅନ୍ତରରେ ଶୁକ୍ରବାର ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ ।

କିନ୍ତୁ ଏଥର ସିଂହଦ୍ୱାରରେ ଅବସ୍ଥାନ କରୁଥିବା ପତିତପାବନଙ୍କର ହେବନି ନାଗାର୍ଜୁନ ବେଶ। କାରଣ କରୋନା କଟକଣା ଭିତରେ ଠାକୁରଙ୍କ ଏହି ବେଶ ଶୃଙ୍ଗାର କିଭଳି ସୁରୁଖୁରୁରେ ଆୟୋଜିତ ହେବ ସେ ନେଇ ଆଜି ବସିଥିଲା ଛତିଶା ନିଯୋଗର ଶେଷ ବୈଠକ। ବୈଠକରେ ପତିତପାବନଙ୍କ ନାଗାର୍ଜୁନ ବେଶ ନକରିବାକୁ ସର୍ବସମ୍ମତ୍ତିକ୍ରମେ ନିଷ୍ପତି ହୋଇଛି । ସତ୍ତ୍ୱଲିପି ଏବଂ ପରମ୍ପରାରେ ଏନେଇ କିଛି ବିଧିବ୍ୟବସ୍ଥା ନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ରତ୍ନ ସିଂହାସନରେ ନହେଲା ନାହିଁ, ଭକ୍ତ ଅରୁଣ ସ୍ତମ୍ଭରୁ ନିକଟରୁ ପତିତପାବନଙ୍କ ନାଗାର୍ଜୁନ ବେଶ ଦର୍ଶନ ଲାଗି ଯେଉଁ ଆଶା ରଖିଥିଲା ତାହା ବି ମଉଳି ଯାଇଛି।

ଅନ୍ୟପଟେ ନାଗାର୍ଜୁନ ବେଶ ଲାଗି ଶ୍ରୀମନ୍ଦିରରେ ତ୍ରିସ୍ତରୀୟ ସୁରକ୍ଷାର ବ୍ୟବସ୍ଥା ହେବ ସେବାୟତ ବେଶରେ ଯେମିତି କେହି ମନ୍ଦିର ପ୍ରବେଶ ନକରେ ତା ଉପରେ କଡ଼ା ନଜର ରହିବ ଛଦ୍ମବେଶୀ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ ।

ସେହିଭଳି ମୋବାଇଲ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ ସହ ଚେକିଂ ପାଇଁ ଏକ ସ୍ୱତନ୍ତ୍ର ଯାଞ୍ଚ ବ୍ୟବସ୍ଥା ବି ହୋଇଛି । ନୀତି ନିର୍ଦ୍ଧାରଣ ଅନୁସାରେ ରାତି ୨ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ। ଏହାପରେ ବେଶ ଉପକରଣ ମନ୍ଦିର ଭିତରକୁ ପ୍ରବେଶ କରିବ । ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦୁର୍ଲ୍ଲଭ ଓ ଅପରୂପ ନାଗା ବେଶର ଶୃଙ୍ଗାର ନୀତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos