୨୪ ଘଣ୍ଟା ମଧ୍ୟରେ ବିଧାୟକଙ୍କଠାରୁ ୧୦ ଲକ୍ଷ ଟଙ୍କା ଆଣିବାକୁ ଧମକ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି ) :  ରାଉରକେଲା ବିଧାୟକଙ୍କଠାରୁ ୧୦ ଲକ୍ଷ ଟଙ୍କା ଆଣି ଦେବାକୁ ମିଳିଛି ଧମକ। ଏନେଇ ଏକ ଧମକପୂର୍ଣ୍ଣ ଚିଠି ଘର କାନ୍ଥରେ ମରା ଯାଇଛି।  ନଚେତ ପରିଣାମ ଭୟାବହ ହେବ ବୋଲି ମଧ୍ୟ ଉଲ୍ଲେଖ ଅଛି। ଦୁର୍ବୃତ୍ତମାନେ ଗତ ରାତିରେ ରାଉରକେଲା ଝିରିପାଣି ଥାନା ଅଞ୍ଚଳରେ ରହୁଥିବା ଖଗେନ୍ଦ୍ର ପ୍ରସାଦ ଦାସଙ୍କ ଏକ ଟାଟା ଏସ୍‌ ଗାଡ଼ିରେ ନିଆଁ ଲଗାଇ ଦେବା ସହ  ଏପରି  ଧମକପୂର୍ଣ୍ଣ ଚିଠି ଛାଡ଼ି ଯାଇଛନ୍ତି। ଦୁର୍ବୃତ୍ତମାନେ […]

chithi-1..

chithi-1..

Niharika Rout
  • Published: Monday, 12 August 2019
  • Updated: 12 August 2019, 05:20 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି ) :  ରାଉରକେଲା ବିଧାୟକଙ୍କଠାରୁ ୧୦ ଲକ୍ଷ ଟଙ୍କା ଆଣି ଦେବାକୁ ମିଳିଛି ଧମକ। ଏନେଇ ଏକ ଧମକପୂର୍ଣ୍ଣ ଚିଠି ଘର କାନ୍ଥରେ ମରା ଯାଇଛି।  ନଚେତ ପରିଣାମ ଭୟାବହ ହେବ ବୋଲି ମଧ୍ୟ ଉଲ୍ଲେଖ ଅଛି।

ଦୁର୍ବୃତ୍ତମାନେ ଗତ ରାତିରେ ରାଉରକେଲା ଝିରିପାଣି ଥାନା ଅଞ୍ଚଳରେ ରହୁଥିବା ଖଗେନ୍ଦ୍ର ପ୍ରସାଦ ଦାସଙ୍କ ଏକ ଟାଟା ଏସ୍‌ ଗାଡ଼ିରେ ନିଆଁ ଲଗାଇ ଦେବା ସହ  ଏପରି  ଧମକପୂର୍ଣ୍ଣ ଚିଠି ଛାଡ଼ି ଯାଇଛନ୍ତି। ଦୁର୍ବୃତ୍ତମାନେ ଗାଡ଼ି ପୋଡ଼ିବାକୁ ଉଦ୍ୟମ କରିଥିଲେ ମଧ୍ୟ ଚକର କିଛି ଅଂଶ ପୋଡ଼ିଛି।  ଆଜି ସକାଳୁ ଖଗେନ୍ଦ୍ର ଏ ସମ୍ପର୍କରେ ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଲିସ୍‌ ଘଟଣାସ୍ଥଳରୁ ଉକ୍ତ ଚିଠିକୁ ଜବତ କରିବା ସହ ପାରିପାର୍ଶ୍ୱିକ ଘଟଣାକୁ ଅନୁଧ୍ୟାନ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କଠାରୁ ୧୦ ଲକ୍ଷ ଟଙ୍କା ଆଣି ଦେବାକୁ ଚିଠିରେ ଲେଖାଥିବା ଝିରିପାଣି ଥାନା ଆଇଆଇଓ ରାଇସନ ମୁର୍ମୂ କହିଛନ୍ତି।

ଅପରପକ୍ଷେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କହିଛନ୍ତି ଯେ,  କୌଣସି ଚିଠିକୁ ନେଇ ସେ ଭୟଭୀତ ନୁହନ୍ତି ଏବଂ ତାଙ୍କୁ ଟଙ୍କା ମାଗିବାର ଯଥାର୍ଥତା ବୁଝି ପାରୁନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos