ଡମ୍ଫର ନେଇଗଲା ୩ ଜୀବନ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଉଦଳା-ବାରିପଦା ରାସ୍ତାର ହାତୀବନ୍ଧା ଛକ ନିକଟରେ ଆଜି ଏକ ଡମ୍ଫର ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

ପ୍ରଥମେ ଏହି ଡମ୍ଫରଟି ଏକ ଟ୍ରାକ୍ଟରକୁ ଧକ୍କା ଦେଇ ବାଇକ୍‌କୁ ପିଟିଥିଲା। ଫଳରେ ବାଇକ ଚାଳକ ସଂଗ୍ରାମ କେଶରୀ ବେହେରାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଡମ୍ଫରଟି ଭୋପାଳ ବାସ୍କେ ନାମକ ଜଣେ ସାଇକେଲ ଆରୋହୀଙ୍କୁ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ହିଁ ଭୋପାଳଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ଏତିକିରେ ଡମ୍ଫରର ଆତଙ୍କ ସରି ନ ଥିଲା। ଏହାର ପରବର୍ତ୍ତି ଟାର୍ଗେଟ ଥିଲା ଏକ ସ୍କୁଟି। ସ୍କୁଟିରେ ଯାଉଥିବା ଡୁକୁରାର ଅତିରିକ୍ତ ଆରଆଇ ଶୁଭସ୍ମିତା ବେହେରାଙ୍କୁ ଧକ୍କା ଦେବାରୁ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

ପୋଲିସ ଦୁର୍ଘଟଣା ଘଟାଇଥିବା ଡମ୍ଫରକୁ ଜବତ କରିଛି। ତେବେ ଡ୍ରାଇଭର ଫେରାର୍ ହୋଇଯାଇଛି।