ସେବାଶ୍ରମ ସ୍କୁଲରୁ ୩ ଛାତ୍ରୀ ଅପହୃତ; ରାତିରେ ଶୌଚ କରିବାକୁ ହଷ୍ଟେଲ ବାହାରକୁ ଆସିଥିଲେ

କୋରାପୁଟ(ଓଡ଼ିଶା ରିପୋର୍ଟର: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପରଜାବେଡ଼ାପଦର ସେବାଶ୍ରମ ସ୍କୁଲରେ ପଢୁଥିବା ୩ଜଣ ଛାତ୍ରୀଙ୍କୁ ଅପହରଣ କରଯାଇଥିବା ଅଭିଯୋଗ ହୋଇଛି।  ଅପହରଣ ହୋଇଥିବା ଛାତ୍ରୀଙ୍କ ମଧ୍ୟରୁ ୨ଜଣ ଷଷ୍ଠ ଶ୍ରେଣୀର ଏବଂ ଜଣେ ନବମ ଶ୍ରେଣୀର।

ସେବାଶ୍ରମ ସ୍କୁଲଜଣେ ଛାତ୍ରୀ କହିଛନ୍ତି,“ଆମେ ୭ ଜଣ ଛାତ୍ରୀ ଛାତ୍ରୀନିବାସରୁ ବାହାରକୁ ଶୌଚ କରିବାକୁ ଆସିଥିଲୁ। ସେହି ସମୟରେ କେହି ଦୁର୍ବୃତ୍ତ ଆମ ଉପରେ ଲାଇଟ ପକାଇଥିଲା। କିଛି ଛାତ୍ରୀ ସେଠାରେ ବେହୋସ ହୋଇଯାଇଥିଲେ। ପରେ ସେଠାରୁ ୩ ଛାତ୍ରୀ ନ ଥିବା ଜଣାପଡିଥିଲା।”

ଛାତ୍ରୀ ଅପହରଣ ନେଇ ଦଶମନ୍ତପୁର ଥାନାରେ ଛାତ୍ରୀଙ୍କ ପରିବାର ପକ୍ଷରୁ ମାମଲା ରୁଜୁ କରାଯାଇଛି। ଛାତ୍ରୀନିବାସ ଭିତରେ ଶୌଚାଳୟ ନ ଥିବାରୁ ଛାତ୍ରୀମାନେ ବାହାରକୁ ଶୌଚ ପାଇଁ ଯାଇଥିଲେ ବୋଲି କୁହାଯାଉଛି।