୩ ସରକାରୀ ବାବୁ ଗିରଫ,ଖାଇଛନ୍ତି ରାସ୍ତା ଟଙ୍କା

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଳକର ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ ଏବଂ ସହକାରୀ ଯନ୍ତ୍ରୀ ବୁଦ୍ଧେଶ୍ୱର ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଲାଠିକଟା ବ୍ଲକରେ ଏକ ଗ୍ରାମ୍ୟ ରାସ୍ତା ନିର୍ମାଣ କାମରେ ୪୨ ଲକ୍ଷ ଟଙ୍କା ଦୁର୍ନୀତି ଅଭିଯୋଗରେ ଏହି ତିନି ଅଧିକାରୀଙ୍କୁ ଗିରଫ କରାଯାଇଛି। ଗତକାଲି ଏହି ୩ ସରକାରୀ ବାବୁଙ୍କ ବାସଭବନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ରାସ୍ତା ନିର୍ମାଣ ଲାଗି ‘ଏନଏସପିସିଏଲ୍‌ ପାଓ୍ୱାର ପ୍ଲାଣ୍ଟ୍’  […]

mmm

mmm

Rakesh Mallick
  • Published: Saturday, 20 January 2018
  • Updated: 20 January 2018, 12:49 PM IST

Sports

Latest News

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଳକର ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ ଏବଂ ସହକାରୀ ଯନ୍ତ୍ରୀ ବୁଦ୍ଧେଶ୍ୱର ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଲାଠିକଟା ବ୍ଲକରେ ଏକ ଗ୍ରାମ୍ୟ ରାସ୍ତା ନିର୍ମାଣ କାମରେ ୪୨ ଲକ୍ଷ ଟଙ୍କା ଦୁର୍ନୀତି ଅଭିଯୋଗରେ ଏହି ତିନି ଅଧିକାରୀଙ୍କୁ ଗିରଫ କରାଯାଇଛି। ଗତକାଲି ଏହି ୩ ସରକାରୀ ବାବୁଙ୍କ ବାସଭବନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା।

ରାସ୍ତା ନିର୍ମାଣ ଲାଗି ‘ଏନଏସପିସିଏଲ୍‌ ପାଓ୍ୱାର ପ୍ଲାଣ୍ଟ୍’  ପକ୍ଷରୁ ୧କୋଟି ୩୨ଲକ୍ଷ ଟଙ୍କା ଦିଆଯାଇଥିଲା। ତେବେ ଏତେ ବଡ଼ କାମ ବିନା ଟେଣ୍ଡରରେ ହୋଇଥିବାରୁ କଟକ ଭିଜିଲାନ୍ସ ସେଲ ଏହାର ତଦନ୍ତ ଆରମ୍ଭ କରିଥିଲା। ୨୦୧୭ରେ ହୋଇଥିବା ଏହି ରାସ୍ତା ନିର୍ମାଣ କାମରେ ଦୁର୍ନୀତିର ପ୍ରମାଣ ମିଳିବା ପରେ ଭିଜିଲାନ୍ସ ଗତକାଲି ରେଡ୍ କରି ଆଜି ସେମାନଙ୍କୁ ଗିରଫ କରିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos