କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ୩ ମୃତ, ୩ ଅସୁସ୍ଥ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁମ୍ମା ବଡ଼କଲାକୋଟା ଗାଁରେ କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ମଧ୍ୟରେ ବାପା ଓ ଦୁଇ ପୁଅ ଅଛନ୍ତି।

ଆଜି ସକାଳେ ଗାଁର ଫାଇନତ ଗମାଙ୍ଗ ନିଜ କୂଅ ସଫା ପାଇଁ ଭିତରେ ପଶିଥିଲେ । ତାଙ୍କ ସହ ପୁଅ ପ୍ରେଇସିଂ ଗମାଙ୍ଗ ଓ ଅତନୀୟ ଗମାଙ୍ଗ ମଧ୍ୟ କୂଅ ଭିତରକୁ ଯାଇଥିଲେ। ଶ୍ୱାସରୁଦ୍ଧ ହୋଇ ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କୁ ଉଦ୍ଧାର ପାଇଁ ଯାଇଥିବା ଗାଁର ଅନ୍ୟ ୩ଜଣ ମଧ୍ୟ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କୁ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅ଼ଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।