ପାହାଡ଼ରୁ ଅତଡ଼ା ଖସି ୩ ଗୁରୁତର

ଆଠଗଡ଼( ନୀଳକଣ୍ଠ ଦୋରା): ତିତ୍‌ଲି ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗାଁରେ ପାହାଡ଼ରୁ ଅତଡ଼ା ଖସି ଏକ ଘର ଉପରେ ପଡ଼ି ଯାଇଥିଲା। ଏହା ଫଳରେ ଘରର କାନ୍ଥ ଭାଙ୍ଗି ଯାଇଥିଲା। ଫଳରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତମାନେ ହେଲେ କୁନା ସ୍ୱାଇଁ(୩୫), ରଞ୍ଜନା ସ୍ୱାଇଁ (୩୦) ଓ ପୁଅ ଲିଟୁ ସ୍ୱାଇଁ (୧୭)। ସେମାନଙ୍କୁ ପ୍ରଥମେ […]

wall

wall

Jitendra Garnayak
  • Published: Friday, 12 October 2018
  • Updated: 12 October 2018, 09:14 AM IST

Sports

Latest News

ଆଠଗଡ଼( ନୀଳକଣ୍ଠ ଦୋରା): ତିତ୍‌ଲି ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗାଁରେ ପାହାଡ଼ରୁ ଅତଡ଼ା ଖସି ଏକ ଘର ଉପରେ ପଡ଼ି ଯାଇଥିଲା। ଏହା ଫଳରେ ଘରର କାନ୍ଥ ଭାଙ୍ଗି ଯାଇଥିଲା। ଫଳରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।

ଗୁରୁତର ଆହତମାନେ ହେଲେ କୁନା ସ୍ୱାଇଁ(୩୫), ରଞ୍ଜନା ସ୍ୱାଇଁ (୩୦) ଓ ପୁଅ ଲିଟୁ ସ୍ୱାଇଁ (୧୭)।

ସେମାନଙ୍କୁ ପ୍ରଥମେ ତିଗିରିଆ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେମାନେ ରାତିରେ ଶୋଇଥିବା ବେଳେ ଏହି ଘଟଣା ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos