ଶିବିର ଉପରେ ଚଢ଼ାଉ, ତିନି ମାଓବାଦୀ ନିହତ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୋଲିସ୍ ଗୁଳିରେ ତିନି ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି।

ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତାଗୁମ୍ଫା ଜଙ୍ଗଲରେ ମାଓ ଶିବିର ଥିବାର ସୂଚନା ପାଇ ସିଆରପିଏଫ୍ ଓ ଛତିଶଗଡ଼ ପୋଲିସ୍ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ତିନି ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମୃତଦେହକୁ ପୋଲିସ୍ ଜବତ କରିଛି। ଏହା ସହିତ ଅନେକ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ତେବେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

naxalposter

ମାଲକାନଗିରିରେ ମାଓ ପୋଷ୍ଟର

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ କୁରଦ ମାଓ ପୋଷ୍ଟର ଦେଖିବାକୁ ମିଳିଛି। କିଛି ଗ୍ରାମବାସୀଙ୍କୁ ବିରୋଧ କରାଯାଇ ଏହି ପୋଷ୍ଟର ଲଗାଇଛନ୍ତି ମାଓବାଦୀ। କିଛି ଦିନ ତଳେ କିଛି ପରିବାର ମାଓବାଦୀଙ୍କୁ ବିରୋଧ କରିଥିଲେ। ତେଣୁ ମାଓବାଦୀମାନେ ସେମାନଙ୍କୁ ଗାଁ ଛାଡ଼ିବାକୁ ଧମକ ଦେଇଥିଲେ। ତା’ପରେ ସେ ପରିବାରଗୁଡ଼ିକ ଗାଁ ଛାଡ଼ି ଥିଲେ। ତେବେ ବର୍ଷା ଆରମ୍ଭ ହୋଇଯିବାରୁ ସେମାନେ ସେମାନଙ୍କ ଜମିରେ ଚାଷ କରିବା ପାଇଁ ଫେରିଛନ୍ତି। ତେଣୁ କାହା ଅନୁମତି ନେଇ ସେମାନେ ଫେରିଛନ୍ତି ବୋଲି ମାଓବାଦୀମାନେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି।