ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ୩ ମୃତ

ବୌଦ୍ଧ (ଦୀପକ ଅଦର): ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ବିଜୟାଦଶମୀରେ ଏଭଳି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁର ଗାଁରେ। ମୃତକମାନେ ହେଲେ ସୁକାନ୍ତି ବେହେରା, ତାଙ୍କ ପୁଅ ସୋହନ ବେହେରା ଓ  ଦିଅର ସୁଶୀଲ ବେହେରା। ଆଜି ସକାଳେ ସୁକାନ୍ତି ନିଜ ଘର ଆଗରେ ଟଣା ଯାଇଥିବା ତାରରେ ଲୁଗା ଶୁଖାଉଥିଲେ। ଉକ୍ତ ତାରଟି ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିବାରୁ ସେଥିରେ ସେ ଲାଗିଯାଇଥିଲେ।  […]

electric-shock

electric-shock

Tapaswini Nayak
  • Published: Wednesday, 05 October 2022
  • Updated: 05 October 2022, 01:33 PM IST

Sports

Latest News

ବୌଦ୍ଧ (ଦୀପକ ଅଦର): ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ବିଜୟାଦଶମୀରେ ଏଭଳି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁର ଗାଁରେ। ମୃତକମାନେ ହେଲେ ସୁକାନ୍ତି ବେହେରା, ତାଙ୍କ ପୁଅ ସୋହନ ବେହେରା ଓ  ଦିଅର ସୁଶୀଲ ବେହେରା।

ଆଜି ସକାଳେ ସୁକାନ୍ତି ନିଜ ଘର ଆଗରେ ଟଣା ଯାଇଥିବା ତାରରେ ଲୁଗା ଶୁଖାଉଥିଲେ। ଉକ୍ତ ତାରଟି ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିବାରୁ ସେଥିରେ ସେ ଲାଗିଯାଇଥିଲେ।  ସୁକାନ୍ତିଙ୍କୁ ବଞ୍ଚାଇବାକୁ ତାଙ୍କ ଦିଅର ସୁଶୀଲ ସେଠାରେ ପହଞ୍ଚି ଥିଲେ। ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ ଓ ତାରରେ ଲାଗିଯାଇଥିଲେ। ପରେ ସୁକାନ୍ତିଙ୍କ ପୁଅ ସୋହନ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ପରେ ଗ୍ରାମବାସୀ ବିଦ୍ୟୁତ କାଟି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟାର ଖେଳିଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos