ହୀରାକୁଦରେ ଖୋଲିଲା ଆଉ ୩ ଗେଟ୍

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମ୍‌ରେ ଆଜି ଆଉ ୩ଟି ଗେଟ୍‌ ଖୋଲିଛି। ଏହା ସହିତ ମୋଟ ୧୫ଟି ଗେଟ୍ ଦେଇ ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଛି। ପୂର୍ବରୁ ୧୨ ଗେଟ୍ ଖୋଲା ଯାଇଥିଲା। ଗତ ଗୁରୁବାର ହୀରାକୁଦ ଡ୍ୟାମରୁ ଛଡାଯାଇଥିଲା ପ୍ରଥମ ବନ୍ୟାଜଳ। ପ୍ରତିବର୍ଷ ଜୁଲାଇରେ ଡ୍ୟାମରେ ଜଳ ଭର୍ତ୍ତି ହେବା ପରେ ଗେଟ୍ ଖୋଲାଯାଉଥିବା ବେଳେ, ଏବର୍ଷ ଉପରମୁଣ୍ଡରେ ଅଧିକ ବର୍ଷା ହେବାରୁ ଜୁନ୍ ମାସରୁ ଜଳ ନିଷ୍କାସନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ […]

samblpur

samblpur

Tapaswini Nayak
  • Published: Saturday, 27 June 2020
  • Updated: 27 June 2020, 11:28 AM IST

Sports

Latest News

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମ୍‌ରେ ଆଜି ଆଉ ୩ଟି ଗେଟ୍‌ ଖୋଲିଛି। ଏହା ସହିତ ମୋଟ ୧୫ଟି ଗେଟ୍ ଦେଇ ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଛି। ପୂର୍ବରୁ ୧୨ ଗେଟ୍ ଖୋଲା ଯାଇଥିଲା।

ଗତ ଗୁରୁବାର ହୀରାକୁଦ ଡ୍ୟାମରୁ ଛଡାଯାଇଥିଲା ପ୍ରଥମ ବନ୍ୟାଜଳ। ପ୍ରତିବର୍ଷ ଜୁଲାଇରେ ଡ୍ୟାମରେ ଜଳ ଭର୍ତ୍ତି ହେବା ପରେ ଗେଟ୍ ଖୋଲାଯାଉଥିବା ବେଳେ, ଏବର୍ଷ ଉପରମୁଣ୍ଡରେ ଅଧିକ ବର୍ଷା ହେବାରୁ ଜୁନ୍ ମାସରୁ ଜଳ ନିଷ୍କାସନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୧୦ଟି ଗେଟ୍ ଖୋଲାଯାଇ ଜଳ ଛଡ଼ାଯାଇଥିଲା। ପରେ ଆଉ ଦୁଇଟି ଗେଟ୍ ଖୋଲାଯାଇଥିଲା। ଏଥିପାଇଁ ପୂର୍ବରୁ ମହାନଦୀ ଅବବାହିକାର ଲୋକଙ୍କୁ ସତର୍କ ରହିବାକୁ ମାଇକରେ ପ୍ରଚାର କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos