ସମୁଦ୍ରରେ ବୁଡ଼ି ଯାଉଥିଲେ ପର୍ଯ୍ୟଟକ, ବଞ୍ଚାଇ ଦେଲେ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ସମୁଦ୍ରରେ ଭାସିଯାଉଥିବା ବେଳେ ଜଣେ ମହିଳା ସମେତ ୩ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଲାଇଫଗାର୍ଡ ଉଦ୍ଧାର କରିଛନ୍ତି। ଆଜି ଏହି ପର୍ଯ୍ୟଟକମାନେ ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ।

ସମୁଦ୍ର କୂଳରେ ଉପସ୍ଥିତ ଥିବା ଲାଇଫଗାର୍ଡ  ଏହା ଦେଖି ସଙ୍ଗେ ସଙ୍ଗେ ପାଣିକୁ  ଡେଇଁ ପଡ଼ିଥିଲେ। ଟ୍ୟୁବ୍‌ ମାଧ୍ୟମରେ ସେମାନେ ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିବା ଜଣାପଡ଼ିଛି।