ମାଛ ଚୋରି ମହଙ୍ଗା ପଡ଼ିଲା; ରାତିସାରା ଗଛରେ ବନ୍ଧାହେଲେ, ଫାଇନ୍‌ ଦେଲେ

ସୋର (ଶଶିକାନ୍ତ ବେହେରା): ବିଳମ୍ବିତ ରାତିରେ ପୋଖରୀରୁ ମାଛ ଚୋରି କରୁଥିବା ବେଳେ ଧରାପଡ଼ିଲେ। ଏହାପରେ ଲୋକେ ସେମାନଙ୍କୁ ରାତି ସାରା ଗଛରେ ବାନ୍ଧି ଦେଇଥିଲେ। ଶେଷରେ ଫାଇନ୍ ଆଦାୟ କରି ଛାଡ଼ିଥିଲେ। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଖୁଣ୍ଟା ଗାଁରେ। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବୈଦ୍ୟନାଥ ଜେନାଙ୍କ ମାଛ ପୋଖରୀରେ ତିନି ଜଣ ଯୁବକ ପଶି ମାଛ ଧରୁଥିଲେ। ଏହି ସମୟରେ ଗ୍ରାମବାସୀ ଯୁବକମାନଙ୍କୁ କାବୁ କରି ନେଇ […]

fish1

fish1

Tapaswini Nayak
  • Published: Tuesday, 26 May 2020
  • Updated: 26 May 2020, 11:41 AM IST

Sports

Latest News

ସୋର (ଶଶିକାନ୍ତ ବେହେରା): ବିଳମ୍ବିତ ରାତିରେ ପୋଖରୀରୁ ମାଛ ଚୋରି କରୁଥିବା ବେଳେ ଧରାପଡ଼ିଲେ। ଏହାପରେ ଲୋକେ ସେମାନଙ୍କୁ ରାତି ସାରା ଗଛରେ ବାନ୍ଧି ଦେଇଥିଲେ। ଶେଷରେ ଫାଇନ୍ ଆଦାୟ କରି ଛାଡ଼ିଥିଲେ। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଖୁଣ୍ଟା ଗାଁରେ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବୈଦ୍ୟନାଥ ଜେନାଙ୍କ ମାଛ ପୋଖରୀରେ ତିନି ଜଣ ଯୁବକ ପଶି ମାଛ ଧରୁଥିଲେ। ଏହି ସମୟରେ ଗ୍ରାମବାସୀ ଯୁବକମାନଙ୍କୁ କାବୁ କରି ନେଇ ଥିଲେ। ପରେ ସେମାନେଙ୍କୁ ରାତି ସାରା ଗଛରେ ବାନ୍ଧି ରଖିଥିଲେ। ଆଜି ସକାଳେ ଗାଁରେ ଭଦ୍ରଲୋକମାନେ ବସି ଘଟଣାର ସମାଧାନ କରିଥିଲେ। ଉକ୍ତ ଯୁବକ ମାନଙ୍କଠାରୁ କିଛି ଫାଇନ୍ ଆଦାୟ କରି ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ଏହି ତିନି ଯୁବକଙ୍କ ଘର ବେଙ୍ଗେଇ ଗାଁରେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos