ଉପାସରେ ଅଛି ଅତିଥି: ଏଯାଏଁ ଖାଇନି ସାତକୋଶିଆକୁ ଆସିଥିବା ମହାବଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶରୁ ସାତକୋଶିଆ ଜଙ୍ଗଲକୁ ଆସିଥିବା ମହାବଳ ବାଘ ଏପର୍ଯ୍ୟନ୍ତ ଖାଦ୍ୟ ଗ୍ରହଣ କରିନାହିଁ। ଖାଇବା ପାଇଁ ବାଘ ଆଗରେ ଏକ ଜୀଅନ୍ତା ଜଙ୍ଗଲୀ ବାର୍‌ହାକୁ ଛାଡ଼ିଛି ବନ ବିଭାଗ। ବାଘ ତାକୁ ନ ମାରିଲେ ବନବିଭାଗ ପକ୍ଷରୁ ମାରି ଖାଇବାକୁ ଦିଆଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି,“ ସିସିଟିଭି ଓ ସାଟେଲାଇଟ୍ ଯୋଗେ ବାଘକୁ ୨୪ ଘଣ୍ଟିଆ ନିରୀକ୍ଷଣ କରାଯାଉଛି। ବାଘର ଆଚରଣ […]

tiger

tiger

Rakesh Mallick
  • Published: Friday, 22 June 2018
  • Updated: 22 June 2018, 02:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶରୁ ସାତକୋଶିଆ ଜଙ୍ଗଲକୁ ଆସିଥିବା ମହାବଳ ବାଘ ଏପର୍ଯ୍ୟନ୍ତ ଖାଦ୍ୟ ଗ୍ରହଣ କରିନାହିଁ। ଖାଇବା ପାଇଁ ବାଘ ଆଗରେ ଏକ ଜୀଅନ୍ତା ଜଙ୍ଗଲୀ ବାର୍‌ହାକୁ ଛାଡ଼ିଛି ବନ ବିଭାଗ। ବାଘ ତାକୁ ନ ମାରିଲେ ବନବିଭାଗ ପକ୍ଷରୁ ମାରି ଖାଇବାକୁ ଦିଆଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି,“ ସିସିଟିଭି ଓ ସାଟେଲାଇଟ୍ ଯୋଗେ ବାଘକୁ ୨୪ ଘଣ୍ଟିଆ ନିରୀକ୍ଷଣ କରାଯାଉଛି। ବାଘର ଆଚରଣ ଓ ଗତିବିଧି ଉପରେ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ପକ୍ଷରୁ ରିସର୍ଚ୍ଚ କରାଯାଉଛି। ଏଥିସହ ବାଘ ପାଇଁ ଭୟଭୀତ ନହେବାକୁ  ସାତକୋଶିଆବାସୀଙ୍କୁ ପରାମର୍ଶ ଦିଆଯାଇଛି।”

୪୮ ଘଣ୍ଟାର ଯାତ୍ରା ପରେ କାହ୍ନା ଅଭୟାରଣ୍ୟରୁ ଅଣାଯାଇଥିବା ଏହି ମହାବଳ ବାଘକୁ ସାତକୋଶିଆରେ ଏକ ସ୍ୱତନ୍ତ୍ର ଖୁଆଡ଼ ବା ଏନକ୍ଲୋଜରରେ ରଖାଯାଇଛି। କାହ୍ନା ଅଭୟାରଣ୍ୟର ପରିବେଶ ସହ ସନ୍ତୁଳନ ରକ୍ଷା କରି ସାତକୋଶିଆର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହି ଖୁଆଡ଼ କରାଯାଇଛି। ସାତକୋଶିଆ ପରିବେଶ ସହ ଖାପ ଖୁଆଇ ରହି ପାରିଲେ ଆଗକୁ ଆଉ ୫ଟି ବାଘ ଅଣାଯିବା ସହ ପ୍ରାକୃତିକ ଉପାୟରେ ସେମାନଙ୍କ ବଂଶ ବିସ୍ତାର ଲାଗି ଉଦ୍ୟମ କରାଯିବ। ପୂର୍ବରୁ ସାତକୋଶିଆରେ ବାଘ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କ ସଂଖ୍ୟା ଆଶାତୀତ ଭାବେ କମିଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos