ଶୌଚ ବେଳେ ଝାମ୍ପ ମାରିଲା ବାଘ

ଆନନ୍ଦପୁର: ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ପାଲବଣି ଗାଁରେ ବାଘ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି।  ବୃଦ୍ଧଙ୍କ ନାଁ ବାସ୍ତା ମୁର୍ମୁ । ବାସ୍ତା ଶୌଚ ପାଇଁ ଯାଇଥିବା ବେଳେ ଏକ ବାଘ ତାଙ୍କୁ ଆକ୍ରମଣ କରିଥିଲା। ଏହି ସମୟରେ ସେ ପାଟି କରିବାରୁ ଲୋକମାନେ ଦୌଡ଼ି ଆସିଥିଲେ। ଫଳରେ ବାଘଟି ସେଠାରୁ ଖସି ପଳାଇଥିଲା। ଆହତ ବାସ୍ତାଙ୍କୁ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଭଲ ରହିଛି।