ଘାଟିରୁ ୬୦ ଫୁଟ୍‌ ତଳକୁ ଖସିଲା ଟିପ୍ପର, ତା ପରେ...

ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର): ତୀଖ ଘାଟି ରାସ୍ତା। ଟିପ୍ପର ଚାଳକ ଗାଡ଼ି ସମ୍ଭାଳି ପାରିଲେନି। ଭାରସାମ୍ୟ ହରାଇ ୬୦ ଫୁଟ୍‌ ତଳକୁ ଖସି ପଡ଼ିଲା। ତା’ପରେ ଯାହା ହେଲା ବର୍ଣ୍ଣନା କରିବା କଷ୍ଟ ଦାୟକ। ଘାଟି ତଳେ ଚାଲିଗଲା ୯ଟି ଜୀବନ। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଲୁହାଝୋଲ ଘାଟିରେ। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା […]

tipper accident in gajapati

tipper accident in gajapati

Rakesh Mallick
  • Published: Tuesday, 13 February 2018
  • Updated: 13 February 2018, 06:36 PM IST

Sports

Latest News

ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର): ତୀଖ ଘାଟି ରାସ୍ତା। ଟିପ୍ପର ଚାଳକ ଗାଡ଼ି ସମ୍ଭାଳି ପାରିଲେନି। ଭାରସାମ୍ୟ ହରାଇ ୬୦ ଫୁଟ୍‌ ତଳକୁ ଖସି ପଡ଼ିଲା। ତା’ପରେ ଯାହା ହେଲା ବର୍ଣ୍ଣନା କରିବା କଷ୍ଟ ଦାୟକ। ଘାଟି ତଳେ ଚାଲିଗଲା ୯ଟି ଜୀବନ। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଲୁହାଝୋଲ ଘାଟିରେ। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଆଜି ସକାଳ ୧୦ଟା ବେଳେ ପାର୍ତ୍ତଡା ଗ୍ରାମରୁ ଗୋଟିଏ ଇଟା ବୋଝେଇ ଟିପ୍ପର ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିଲା। ଟିପ୍ପର ଡାଲାରେ ୧୫ ଜଣ ଶ୍ରମିକ ବସିଥିଲେ। ତେବେ ଲୁହାଝୋଲ ଘାଟିରେ ଚାଳକ ଭାସାମ୍ୟ ହରାଇବାରୁ ଟିପ୍ପରଟି ତଳକୁ ଖସି ପଡ଼ିଥିଲା। ଘଟଣା ସ୍ଥଳରେ ସିତା ଗମାଙ୍ଗ, କାଶୀନା ଗମାଙ୍ଗ, ଈନପନି ଗମାଙ୍ଗ, ମିଲକା ଗମାଙ୍ଗ, ନାନ ଗମାଙ୍ଗଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୧୦ ଜଣଙ୍କୁ ଗୁରୁତ ଅବସ୍ଥାରେ ଉଦ୍ଧାର ପାରଳାଖେମୁଣ୍ଡି ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦିନେଶ ଭୂୟାଁ ଓ ମିଷ୍ଟାନ୍ନ ଭୂୟାଁଙ୍କ ମୃତ୍ୟୁ ଘଟିଥିଲା। ଆହାତଙ୍କ ମଧ୍ୟରୁ ୩ ଜଣକ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଏବେ ପାରଳାଖେମୁଣ୍ଡି ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ୫ ଜଣ ଚିକିତ୍ସିତ ହୋଉଛନ୍ତି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos