ଟିଟିଲାଗଡ଼: ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ନାରେନ ଗାଁର ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ମଣ୍ଟୁ ସାହୁ। ଆହତଙ୍କ ନାଁ ସାଧୁ ସାହୁ। ଉଭୟ ଗୁଏଲଭାଡ଼ି ଗାଁର। ଆଜି ସକାଳ ପ୍ରାୟ ୧୦ଟା ବେଳେ ଏହି ଯୁବକ ଦ୍ୱୟ ଏକ ବାଇକ୍‌ରେ ଖୋଲାଣରୁ ନିଜ ଗାଁ ଅଭମୁଖେ ଯାଉଥିବା ବେଳେ ନାରେନ ନିକଟରେ ନିୟନ୍ତ୍ରଣ ହରାଇ ରାସ୍ତା […]

bike-accident

bike-accident

Rakesh Mallick
  • Published: Tuesday, 19 July 2016
  • Updated: 19 July 2016, 04:03 PM IST

Sports

Latest News

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ନାରେନ ଗାଁର ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ମଣ୍ଟୁ ସାହୁ। ଆହତଙ୍କ ନାଁ ସାଧୁ ସାହୁ। ଉଭୟ ଗୁଏଲଭାଡ଼ି ଗାଁର।

ଆଜି ସକାଳ ପ୍ରାୟ ୧୦ଟା ବେଳେ ଏହି ଯୁବକ ଦ୍ୱୟ ଏକ ବାଇକ୍‌ରେ ଖୋଲାଣରୁ ନିଜ ଗାଁ ଅଭମୁଖେ ଯାଉଥିବା ବେଳେ ନାରେନ ନିକଟରେ ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ପଡ଼ି ଯାଇଥିଲେ। ମଣ୍ଟୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ସାଧୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos