ଟିଟିଲାଗଡ଼: ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଟିଟିଲାଗଡ଼:ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ କୁରଶୁଡ ଗାଁର କାଜୁ ବଗିଚା ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ତୀର୍ଥ ସୁନା। ତୀର୍ଥ ଖୋଲାଣ ହସପିଟାଲରେ ଅସ୍ଥାୟୀ କର୍ମଚାରୀ ଭାବରେ କାମ କରନ୍ତି। ଘରୁ ଟୀକାକରଣ ପାଇଁ ଔଷଧ ଧରି ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତୀର୍ଥଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଜିଲ୍ଲାର ବୋର୍ଡା ହସପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।