ଅର୍ଥ ହେଲା ବାଧକ: ଅସୁସ୍ଥ ସ୍ତ୍ରୀକୁ ଟ୍ରଲିରେ ବୋହି ଡାକ୍ତରଖାନା ନେଲେ ସ୍ୱାମୀ

କେନ୍ଦୁଝର: ଅସୁସ୍ଥ ସ୍ତ୍ରୀକୁ ଟ୍ରଲିରେ ବୋହି ଡାକ୍ତରଖାନା ନେଲେ ସ୍ୱାମୀ।  କେନ୍ଦୁଝର ଜିଲ୍ଲା ବଲାଣିରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ। ଅର୍ଥଭାବ ଯୋଗୁ ଟ୍ରଲିରେ ବୋହି ନେଇଥିବା ସୂଚନା ମିଳିଛି। ବଲାଣି ବଜାରରେ ରହୁଥିବା ଏତୱା ମୁଣ୍ଡାଙ୍କ ପତ୍ନୀ ସମତରା କିଛି ଦିନ ହେଲା ଜ୍ୱରରେ ପୀଡ଼ିତ ଥିଲେ। ଅର୍ଥାଭାବ ଯୋଗୁ ସ୍ତ୍ରୀକୁ ମେଡିକାଲ ନେଇ ପାରି ନ ଥଲେ ଏତୱା।

ହେଲେ ଯନ୍ତ୍ରଣା ଅସହ୍ୟ ହେବାରୁ ସେ ବାଧ୍ୟ ହୋଇ ଜଣଙ୍କଠାରୁ ଟ୍ରଲି ଧାର ଆଣି ସ୍ତ୍ରୀକୁ ବଲାଣି ଡାକ୍ତରଖାନାକୁ ନେଇଥିଲେ।

ଖଣି ଅଞ୍ଚଳ ବଲାଣିରେ ମ୍ୟାଲେରିଆ ଓ ଡେଙ୍ଗୁର ପାଦୁର୍ଭାବ ବଢୁଥିବା ବେଳେ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚି ପାରୁ ନ ଥିବା ଅଭିଯୋଗ ହୋଇଛି।