ଭଦ୍ରକରେ ଆଜି ୧୨ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ

ଭଦ୍ରକ: ଭଦ୍ରକ ସହରର ସ୍ଥିତି ସୁଧୁରୁଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା କର୍ଫ୍ୟୁ କୋହଳ ହୋଇଛି। ଫଳରେ ସବୁଦିନ ଭଳି ସକାଳୁ ଚଳଚଞ୍ଚଳ ହୋଇ ଉଠିଛି ସହର। ଲୋକେ କିଣାବିକା କରୁଥିବା ଦେଖିବାକୁ ମିଳିଛି। ଏଥିସହ ଆଜିଠାରୁ ଯଥାରୀତିରେ ଚାଲିଛି ସମସ୍ତ ବିଦ୍ୟାଳୟ। ଗତକାଲି ସନ୍ଧ୍ୟା ୬ଟା ପରଠାରୁ ଆଜି ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିଥିଲା। ଅନ୍ୟପକ୍ଷରେ ହିଂସା ଘଟଣାରେ ପୋଲିସ ଗତକାଲି ୧୫ ନମ୍ୱର ୱାର୍ଡ଼ର କାଉନ୍‌ସିଲର […]

bhadrak-

bhadrak-

Rakesh Mallick
  • Published: Monday, 17 April 2017
  • Updated: 17 April 2017, 09:02 AM IST

Sports

Latest News

ଭଦ୍ରକ: ଭଦ୍ରକ ସହରର ସ୍ଥିତି ସୁଧୁରୁଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା କର୍ଫ୍ୟୁ କୋହଳ ହୋଇଛି। ଫଳରେ ସବୁଦିନ ଭଳି ସକାଳୁ ଚଳଚଞ୍ଚଳ ହୋଇ ଉଠିଛି ସହର। ଲୋକେ କିଣାବିକା କରୁଥିବା ଦେଖିବାକୁ ମିଳିଛି। ଏଥିସହ ଆଜିଠାରୁ ଯଥାରୀତିରେ ଚାଲିଛି ସମସ୍ତ ବିଦ୍ୟାଳୟ।

ଗତକାଲି ସନ୍ଧ୍ୟା ୬ଟା ପରଠାରୁ ଆଜି ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିଥିଲା। ଅନ୍ୟପକ୍ଷରେ ହିଂସା ଘଟଣାରେ ପୋଲିସ ଗତକାଲି ୧୫ ନମ୍ୱର ୱାର୍ଡ଼ର କାଉନ୍‌ସିଲର ଶୁଭଙ୍କର ମହାପାତ୍ର ଓରଫ କାଳିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭଦ୍ରକ ଥାନା ତାଙ୍କ ନାଁରେ ଦଙ୍ଗା ଓ ହତ୍ୟା ଉଦ୍ୟମ ଭଳି ଦୁଇଟି ମାମଲା ରୁଜୁ ହୋଇଛି। ବର୍ତ୍ତମାନ ସୁଦ୍ଧା ପୋଲିସ ୧୫୧ ଜଣଙ୍କୁ ଗିରଫ କରିସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos