ବୈଜୟନ୍ତଙ୍କ ବିରୋଧରେ ବିଜେଡିର ଚକ୍ରବ୍ୟୂହ: କେନ୍ଦ୍ରାପଡ଼ା ନେତାଙ୍କୁ ଲଗାଇ ଆଣିଲା ଏଇ ସବୁ ଅଭିଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ନିଲମ୍ୱନ ପରେ ସାଂସଦ ବୈଜୟନ୍ତ ପଣ୍ଡା ଆଜି ପ୍ରଥମ ଥର ପାଇଁ ନିଜ ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡ଼ା ଗସ୍ତରେ ଯାଇଛନ୍ତି। ସାଂସଦ ସେଠାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଧନା ଜଣାଇଥିଲେ। ସାଂସଦ କେନ୍ଦ୍ରାପଡ଼ା ଗସ୍ତରେ ଥିବା ବେଳେ ଏପଟେ ଜିଲ୍ଲାର ଦଳୀୟ ବିଧାୟକମାନେ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କର ଇସ୍ତଫା ଦାବି କରିଛନ୍ତି। ବୈଜୟନ୍ତ ସାଂସଦ ପଦ ଛାଡ଼ନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ସାମ୍ୱାଦିକ […]

PC-1

PC-1

Rakesh Mallick
  • Published: Friday, 26 January 2018
  • Updated: 26 January 2018, 06:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ନିଲମ୍ୱନ ପରେ ସାଂସଦ ବୈଜୟନ୍ତ ପଣ୍ଡା ଆଜି ପ୍ରଥମ ଥର ପାଇଁ ନିଜ ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡ଼ା ଗସ୍ତରେ ଯାଇଛନ୍ତି। ସାଂସଦ ସେଠାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଧନା ଜଣାଇଥିଲେ। ସାଂସଦ କେନ୍ଦ୍ରାପଡ଼ା ଗସ୍ତରେ ଥିବା ବେଳେ ଏପଟେ ଜିଲ୍ଲାର ଦଳୀୟ ବିଧାୟକମାନେ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କର ଇସ୍ତଫା ଦାବି କରିଛନ୍ତି। ବୈଜୟନ୍ତ ସାଂସଦ ପଦ ଛାଡ଼ନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲାର ବରିଷ୍ଠ ବିଧାୟକ ତଥା ଦଳର ଉପ-ସଭାପତି ବେଦପ୍ରକାଶ ଅଗ୍ରୱାଲ ଏହି ଦାବି କରିଥିଲେ। ତାଙ୍କ ସହିତ ଜିଲ୍ଲାର ଅନ୍ୟ ବିଧାୟକ ପ୍ରତାପ ଜେନା, କିଶୋର ତରାଇ ଓ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଥିଲେ। ବିଜେଡିର କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଧ୍ରୁବ ସାହୁ ଓ ମୁଖପାତ୍ର ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ତେବେ ଆସନ୍ତୁ ଦେଖିବା ସାଂସଦଙ୍କ ବିରୋଧରେ ଶ୍ରୀ ଅଗ୍ରୱାଲ କ’ଣ ସବୁ ଅଭିଯୋଗ ଆଣିଛନ୍ତି।

ସେ କହିଛନ୍ତି

୧: ସାଂସଦ ବୈଜୟନ୍ତ ପଣ୍ଡା ଇମ୍ଫାର ଉପାଧ୍ୟକ୍ଷ ତଥା ଜଣେ କର୍ମଚାରୀ ଭାବେ ଆୟକର ଅଧିନିୟମ ୧୯୬୧ ଧାରା ୧୭(୧) ଓ ୧୭(୨) ବିଧା ବ୍ୟବସ୍ଥା ଅନୁଯାୟୀ ଦରମା ଗ୍ରହଣ କରିଛନ୍ତି। ବିଗତ କିଛି ବର୍ଷ ହେଲା ସେ ବାର୍ଷିକ ଦରମା ଓ ଭତ୍ତା ବାଦରେ ୨ କୋଟି ୭୯ ଲକ୍ଷ, ୧ କୋଟି ୪୫ ଲକ୍ଷ, ୧ କୋଟି ୬୧ ଲକ୍ଷ ଓ ୭ କୋଟି ୬୬ ଲକ୍ଷ ଟଙ୍କା ନେଇଛନ୍ତି। ସେ ସଂସ୍ଥାର ଉପ-ସଭାପତି ଭାବେ ଏହି ଦରମା ଓ ଭତ୍ତା ନେଇଛନ୍ତି।

୨: ୨୦୧୪ ଲୋକସଭା ନିର୍ବାଚନ ସମୟରେ ଶ୍ରୀ ପଣ୍ଡା ନିଜର ମନୋନୟନପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରେ ଇମ୍ଫାର ଉପାଧ୍ୟକ୍ଷ ଥିବା ବିଷୟରେ କିଛି ଉଲ୍ଲେଖ କରିନାହାନ୍ତି। ଫର୍ମ ନମ୍ୱର ୨୬ର କ୍ରମିକ ୯ରେ ଜଣେ ପ୍ରାର୍ଥୀ ନିଜର ବୃତ୍ତି କିମ୍ୱା ନିଯୁକ୍ତି ସମ୍ପର୍କରେ ଦର୍ଶାଇବା ଅନିବାର୍ଯ୍ୟ, ଯାହା ଶ୍ରୀ ପଣ୍ଡା କରିନାହାନ୍ତି।

୩: ବିଜେଡି ନେତୃବୃନ୍ଦ ଓ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ଶ୍ରୀ ପଣ୍ଡା ଠକିଛନ୍ତି। ଖଣି, ଫେରୋ ଆଲୟେଜ୍‌ ଓ ବିଦ୍ୟୁତ ଶକ୍ତି ଉତ୍ପାଦନ କରୁଥିବା ଇମ୍ଫା କମ୍ପାନୀରେ ନିଜ ନିଯୁକ୍ତି ସମ୍ପର୍କରେ ସେ ପ୍ରକୃତ ତଥ୍ୟ ନଦେଇ ଠକିଛନ୍ତି ଓ ଭ୍ରମରେ ରଖିଛନ୍ତି।

୪: ସାଂସଦ ଶ୍ରୀ ପଣ୍ଡା ଇମ୍ଫାର ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବିଷୟ ଗୋପନୀୟ ରଖି କୋଟିକୋଟି ଟଙ୍କା ଦରମା ଆକାରରେ ନେଇଛନ୍ତି। ଏ ତଥ୍ୟ ଶ୍ରୀ ପଣ୍ଡା କେଉଁ ଉଦ୍ଦେଶ୍ୟରେ ଗୋପନୀୟ ରଖିଥିଲେ।

୫: କେନ୍ଦ୍ରାପଡ଼ା ଜିଲ୍ଲାର ବିଜୁ ଜନତା ଦଳର ସମସ୍ତ ଲୋକ ପ୍ରତିନିଧି ଏବଂ ଦଳୀୟ କର୍ମୀ ଦିନରାତି ନିଜ ରକ୍ତକୁ ପାଣି କରି ୨୦୧୪ ମସିହାରେ ତାଙ୍କୁ ନିର୍ବାଚନରେ ଜିତାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ହେଁ ଆଜି ତାଙ୍କର ଏଭଳି ନୀତିହୀନ କାର୍ଯ୍ୟକଳାପ ଦ୍ୱାରା ଠକି ଯାଇଛୁ।

୬: କେନ୍ଦ୍ରାପଡ଼ା ସାଂସଦ ଭାବରେ ରହିବାର କୌଣସି ନୈତିକ ଅଧିକାର ତାଙ୍କର ନାହିଁ। ଏଣୁ ସେ ନୈତିକ ଦାୟିତ୍ୱ ବହନ କରି କେନ୍ଦ୍ରାପଡ଼ା ସାଂସଦ ପଦରୁ ଓହରି ଯାଆନ୍ତୁ ବୋଲି ଆମେ ଦୃଢ଼ ଦାବି କରୁଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos