ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ଟି ପ୍ରସ୍ତାବ ପାରିତ ହେବାର ସମ୍ଭାବନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସୁଛି ଏହି ବୈଠକ।  ଏଥିରେ ପ୍ରାୟ ୭ଟି ପ୍ରସ୍ତାବ ପାରିତ ହେବାର ସମ୍ଭାବନା ରହିଛି। କୃଷି, ଜଳସମ୍ପଦ, ଖାଦ୍ୟ ଯୋଗାଣ ବିଭାଗ ସମେତ ଅନେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇପାରେ। ତେଣୁ ଆଜିର କ୍ୟାବିନେଟ ବୈଠକ ଉପରେ ସମସ୍ତଙ୍କର ନଜର ରହିଛି।