ଆଜି ବିଶ୍ୱ ଜଳ ଦିବସ: ବାଲୁକା କଳା ମାଧ୍ୟମରେ ଜଳ ସଂରକ୍ଷଣର ବାର୍ତ୍ତା

ଭୁବନେଶ୍ୱର: ଜଳର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାର ଆବଶ୍ୟକ ରହିଛି। ସେଥିପାଇଁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ଜଳ ଦିବସ ରୂପେ ପାଳନ କରାଯାଇଛି। ଚଳିତବର୍ଷ ‘ହ୍ୱାଏ ୱେଷ୍ଟ ୱାଟର’ (ଆମେ କାହିଁକି ଜଳ ନଷ୍ଟ କରିବା)ର ଥିମ୍‌ ରହିଛି। ଏହି ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ, ସୁଦର୍ଶନ ପଟ୍ଟନାୟକ ଓ ସେମାନଙ୍କ ଛାତ୍ରଛାତ୍ରୀମାନେ ପୁରୀ ବେଳେଭୂମିରେ ଦୁଇଟି ବାଲୁକା କଳା ତିଆରି କରି ଜଳ ସଂରକ୍ଷଣର ବାର୍ତ୍ତା ଦେଇଛନ୍ତି। ଜଳ ହିଁ ଜୀବନ। […]

C7fHS2CXQAE6gCM

C7fHS2CXQAE6gCM

Rakesh Mallick
  • Published: Wednesday, 22 March 2017
  • Updated: 22 March 2017, 01:55 PM IST

Sports

Latest News

ଭୁବନେଶ୍ୱର: ଜଳର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାର ଆବଶ୍ୟକ ରହିଛି। ସେଥିପାଇଁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ଜଳ ଦିବସ ରୂପେ ପାଳନ କରାଯାଇଛି। ଚଳିତବର୍ଷ ‘ହ୍ୱାଏ ୱେଷ୍ଟ ୱାଟର’ (ଆମେ କାହିଁକି ଜଳ ନଷ୍ଟ କରିବା)ର ଥିମ୍‌ ରହିଛି। ଏହି ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ, ସୁଦର୍ଶନ ପଟ୍ଟନାୟକ ଓ ସେମାନଙ୍କ ଛାତ୍ରଛାତ୍ରୀମାନେ ପୁରୀ ବେଳେଭୂମିରେ ଦୁଇଟି ବାଲୁକା କଳା ତିଆରି କରି ଜଳ ସଂରକ୍ଷଣର ବାର୍ତ୍ତା ଦେଇଛନ୍ତି।

[caption id="attachment_127908" align="aligncenter" width="800"]waterday ବିଶ୍ୱ ଜଳ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରଛାତ୍ରୀ (ଉପର) ଓ ବାଲୁକା ଶିଳ୍ପୀ ମାନସ ସାହୁ (ତଳ)ଙ୍କ ଦ୍ୱାରା ପ୍ରସ୍ତୁତ ବାଲୁକା କଳା[/caption]

ଜଳ ହିଁ ଜୀବନ। ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ। ତେଣୁ ଜଳକୁ ସଂରକ୍ଷଣ କରି ରଖିବା ବିଶ୍ୱବାସୀଙ୍କ କର୍ତ୍ତବ୍ୟ ରହିଛି। ଉଭୟ ଉଦ୍ଭିଦ ଓ ପ୍ରାଣୀ ଜଗତ ବଞ୍ଚି ରହିବା ଲାଗି ଜଳର ଆବଶ୍ୟକତା ରହିଛି। ତେଣୁ ଏହାର ସୁରକ୍ଷା ସହ ପ୍ରତି ଜଳ ବନ୍ଦାକୁ କିଭଳି ସଂରକ୍ଷଣ କରାଯାଇପାରିବ ସେଥିପ୍ରତି ଜନସାଧାରଣ ଯତ୍ନବାନ ହେବାର ଆବଶ୍ୟକତା ରହିଛି।

ବିଶ୍ୱ ଜଳ ଦିବସ ଅବସରରେ ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ବାଲୁକାଶିଳ୍ପୀ ମାନସ ସାହୁ ଓ ତାଙ୍କର ଛାତ୍ରଛାତ୍ରୀମାନେ ୫ ଫୁଟ୍‌ ଉଚ୍ଚତା ଏବଂ ୧୫ ଫଉଟ୍‌ ଲମ୍ୱର ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଏହି ବାଲୁକା କଳା ତିଆରି ପାଇଁ ୨୦ ଟନ୍‌ ବାଲି ବ୍ୟବହାର କରାଯାଇଛି। ଏହି ବାଲୁକା କଳା ମାଧ୍ୟମରେ ମାନସ ‘ଗୋଟିଏ ଜଳ ବୁନ୍ଦା ଜୀବଜଗତ ପାଇଁ ବେଶ୍‌ ଗୁରୁତ୍ୱବହନ କରିଥାଏ‘ ବାର୍ତ୍ତା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos