ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲ ଗଠନ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ/ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ୍ ଗଠନ କରିବେ କେନ୍ଦ୍ର ସରକାର। ଏହି ବିବାଦ ସଂକ୍ରାନ୍ତ ମାମଲାର ଶୁଣାଣି ବେଳେ କେନ୍ଦ୍ର ସୁପ୍ରିମକୋର୍ଟରେ ଟ୍ରିବ୍ୟୁନାଲ୍ ସପକ୍ଷରେ ନିଜ ପକ୍ଷ ରଖିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଓକିଲ ମହେଶ ଅଗ୍ରଓ୍ୱାଲ୍। ମହାଦନୀ ଜଳ ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଥିଲା। ଏଥିରେ ଛତିଶଗଡ଼, ଓଡ଼ିଶା ଓ କେନ୍ଦ୍ର ସରକାର ନିଜ ନିଜ ପକ୍ଷ ରଖିଥିଲେ। ଜଳବିବାଦକୁ ନେଇ ରାଜ୍ୟ ସରକାର ସୁପ୍ରିମୋର୍ଟଙ୍କ […]

mahanadi-bridge

mahanadi-bridge

Rakesh Mallick
  • Published: Tuesday, 25 July 2017
  • Updated: 25 July 2017, 07:05 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ୍ ଗଠନ କରିବେ କେନ୍ଦ୍ର ସରକାର। ଏହି ବିବାଦ ସଂକ୍ରାନ୍ତ ମାମଲାର ଶୁଣାଣି ବେଳେ କେନ୍ଦ୍ର ସୁପ୍ରିମକୋର୍ଟରେ ଟ୍ରିବ୍ୟୁନାଲ୍ ସପକ୍ଷରେ ନିଜ ପକ୍ଷ ରଖିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଓକିଲ ମହେଶ ଅଗ୍ରଓ୍ୱାଲ୍। ମହାଦନୀ ଜଳ ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଥିଲା। ଏଥିରେ ଛତିଶଗଡ଼, ଓଡ଼ିଶା ଓ କେନ୍ଦ୍ର ସରକାର ନିଜ ନିଜ ପକ୍ଷ ରଖିଥିଲେ।

ଜଳବିବାଦକୁ ନେଇ ରାଜ୍ୟ ସରକାର ସୁପ୍ରିମୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହୀରାକୁଦ ଉପରମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରିଥିବା ପ୍ରକଳ୍ପ ଉପରେ ସ୍ଥଗିତାଦେଶ ପାଇଁ ରାଜ୍ୟ ସରକାର ଏହି ମାମଲା ଦାୟର କରିଥିଲେ। ୧୯୫୬ ନଦୀଜଳ ବିବାଦ ଆଇନ୍‌ର ଧାରା-୩ ଅନୁସାରେ ଟ୍ରିବ୍ୟୁନାଲ୍ ଗଠନ ପାଇଁ ରାଜ୍ୟ ସରକାର କେନ୍ଦ୍ର ପାଖରେ ଆବେଦନ କରିଥିଲେ। ଧାରା-୪ ଅନୁସାରେ ଆବେଦନ ଦାଖଲର ବର୍ଷକ ଭିତରେ ଟ୍ରିବ୍ୟୁନାଲ୍ ଗଠନର ବ୍ୟବସ୍ଥା ରହିଛି। କିନ୍ତୁ କେନ୍ଦ୍ର ସରକାର ନଦୀ ଜଳ ବିବାଦ ଆଇନ୍‌ରେ ଗୋଟିଏ ଟ୍ରିବ୍ୟନାଲ୍ ଗଠନ ଲାଗି ସଂଶୋଧନ ଆଣିବାକୁ ସଂସଦରେ ବିଲ୍ ଉପସ୍ଥାପିତ କରିଛନ୍ତି। ବିଲ୍ ପାସ୍ ହୋଇ ନଥିବାରୁ କେନ୍ଦ୍ର ଏଥିପାଇଁ ସମୟ ମାଗିଛନ୍ତି। ଆସନ୍ତା ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos