ଆଜି ଶିବପାର୍ବତୀଙ୍କ ବିବାହ: ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ସମ୍ୱଲପୁର(ପବନ ତିୱାରୀ): ଶୀତଳ ଷଷ୍ଠୀ ଲାଗି ଉଠୁଛି ପଡୁଛି ପଶ୍ଚିମ ଓଡ଼଼ିଶା। ଆଜି ଅନୁଷ୍ଠିତ ହେବ ଶିବ ବିବାହ। ଏହା ପୂର୍ବରୁ ଗତକାଲି ଅନୁଷ୍ଠିତ ହୋଇଥିଲା ଗୁଆଗଣ୍ଡା ପର୍ବ। ବିରାଟ ଶୋଭାଯାତ୍ରାରେ ବାହାରି ସହରରେ ଥିବା ସମସ୍ତ ମନ୍ଦିରକୁ ଯାଇ ଶିବ ପାର୍ବତୀଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ମହାପ୍ରଭୁ ହନୁମାନ ନିମନ୍ତ୍ରଣ କରିଥିଲେ।

ଆଜି ମହାଦେବ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସମଗ୍ର ପଶ୍ଚିମ ଓଡ଼ିଶାରେ ପରିବେଶ ଉତ୍ସବମୁଖର ରହିଛି। ବିଭିନ୍ନ ମନ୍ଦିର ଓ ପଡ଼ାରେ ଶ୍ରଦ୍ଧାଳୁଙ୍କ ଭିଡ଼ ସାଙ୍ଗକୁ ଢୋଲ, ଦୁଲଦୁଲି ସହ ଶଙ୍ଖ ଓ ଘଣ୍ଟ ଘଣ୍ଟାରେ କମ୍ପୁଛି ଅଞ୍ଚଳ। ଗତକାଲି ବିଭିନ୍ନ ସାହିରେ ଥିବା ମନ୍ଦିରଗୁଡିକରେ ଦେବ ନିମନ୍ତ୍ରଣ ନୀତି ସମ୍ପନ୍ନ ହୋଇଛି।