ଟଏଲେଟ୍‌କୁ ଟୁରିଷ୍ଟ ପ୍ଲେସ୍‌ କରିଛନ୍ତି ନରେନ୍ଦ୍ର: ଲୋକେ ଶୌଚ ପାଇଁ କମ୍‌ ବୁଲିବାକୁ ବେଶୀ ଆସୁଛନ୍ତି

ନୀଳଗିରି(ବିଶ୍ୱମ୍ବର ଦାସ): ଏମିତି ଶୌଚାଳୟ ନା ଆପଣ ଦେଖିଥିବେ ନା ଶୁଣିଥିବେ। ଭିତରେ ଫ୍ୟାନ୍‌, ଟିଭି, ଡିଜେ ଲାଇଟ ସହ ସାଉଣ୍ଡ ବି ଅଛି। ଏହି ଶୌଚାଳୟକୁ ଲୋକେ ଶୌଚ ପାଇଁ କମ୍‌ ବୁଲିବାକୁ ଅଧିକ ଆସୁଛନ୍ତି। ଏମିତିକି ସେଠାରେ ସେଲ୍‌ଫି ମଧ୍ୟ ନେଉଛନ୍ତି। ଏହି ଶୌଚାଳୟଟିକୁ ଏଭଳି ସୁନ୍ଦର କରି ସଜେଇଛନ୍ତି ଯାତ୍ରା କଳାକାର ନରେନ୍ଦ୍ର ପ୍ରଧାନ। ନୀଳଗିରି ଗୁଣ୍ଡିଚା ମନ୍ଦିର ନିକଟରେ ଅଛି ଏହି ଶୌଚାଳୟ। ବାଘା ଯତୀନ, ଶିବାନୀ ଗଣନାଟ୍ୟଠାରୁ ଆରମ୍ଭକରି ବହୁ […]

8hnm

8hnm

Tapas Behera
  • Published: Thursday, 19 November 2020
  • Updated: 20 November 2020, 08:28 AM IST

Sports

Latest News

ନୀଳଗିରି(ବିଶ୍ୱମ୍ବର ଦାସ): ଏମିତି ଶୌଚାଳୟ ନା ଆପଣ ଦେଖିଥିବେ ନା ଶୁଣିଥିବେ। ଭିତରେ ଫ୍ୟାନ୍‌, ଟିଭି, ଡିଜେ ଲାଇଟ ସହ ସାଉଣ୍ଡ ବି ଅଛି। ଏହି ଶୌଚାଳୟକୁ ଲୋକେ ଶୌଚ ପାଇଁ କମ୍‌ ବୁଲିବାକୁ ଅଧିକ ଆସୁଛନ୍ତି। ଏମିତିକି ସେଠାରେ ସେଲ୍‌ଫି ମଧ୍ୟ ନେଉଛନ୍ତି। ଏହି ଶୌଚାଳୟଟିକୁ ଏଭଳି ସୁନ୍ଦର କରି ସଜେଇଛନ୍ତି ଯାତ୍ରା କଳାକାର ନରେନ୍ଦ୍ର ପ୍ରଧାନ। ନୀଳଗିରି ଗୁଣ୍ଡିଚା ମନ୍ଦିର ନିକଟରେ ଅଛି ଏହି ଶୌଚାଳୟ।

ବାଘା ଯତୀନ, ଶିବାନୀ ଗଣନାଟ୍ୟଠାରୁ ଆରମ୍ଭକରି ବହୁ ଯାତ୍ରାପାର୍ଟିରେ ବାର୍ଷିକ ଅଢେଇଲକ୍ଷ ଦରମାରେ କମେଡିଆନ ଭାବେ ଅଭିନୟ କରିଆସୁଥୁଲେ ନରେନ୍ଦ୍ର । ହେଲେ ପରେ ବଦଳିଗଲା ସମୟ।  ମା’ଙ୍କ ଦେହ ଅସୁସ୍ଥପରେ ସେବେଠୁ ବଡ଼ ପାଟି ଛାଡି ଗାଁ ଗାଁରେ ଛୋଟ ଯାତ୍ରାପାର୍ଟିରେ ଅଭିନୟ କରୁଛନ୍ତି ସେ।

ସମ୍ପତି କହିଲେ ଗୋଟିଏ ବାକ୍ସ ସାଙ୍ଗକୁ ଏକ ପାଣିପମ୍ପ ।  ୧୨୦୦ଟଙ୍କା କଳାକାର ଭତ୍ତାରେ ସେ ଚଳନ୍ତି। ହେଲେ ତାଙ୍କର ସେବା ମନବୃତ୍ତି ତାଙ୍କୁ ଦେଇଛି ନିଆରା ପରିଚୟ। ନୀଳଗିରି ଗୁଣ୍ଡିଚା ମନ୍ଦିର ନିକଟରେ ସାଧାରଣ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୦୧୭ ମସିହାରେ ନିର୍ମାଣ ହୋଇଥିବା ଏକ ଶୌଚାଳୟ ଦାୟିତ୍ୱରେ ଅଛନ୍ତି ସେ। ସେବେଠୁ ଆଜିଯାଏ ବିନା ଦରମାରେ ରହି ନିଜକୁ ବେଶ୍ ଗର୍ବର ସହ ଲୋକଙ୍କ ସେବା କରିଆସୁଛନ୍ତି ସେ। ପ୍ରତିଦିନ ନିଜେ ଶୌଚାଳୟକୁ ସଫା କରନ୍ତି। ଏତେ ସୁନ୍ଦର ସଜାଇଛନ୍ତି ଦେଖି ଲୋକେ ବି ଖୁସିରେ କିଏ କେବେ ଅର୍ଥରାଶି ଦେଇଥାନ୍ତି । ସେହି ଟଙ୍କାରେ ଫିନାଇଲ ଠୁଁ ହେଣ୍ଡୱାଶ ଯାଏ ଆଣିଥାନ୍ତି ସେ । ଯଦି ଲୋକଙ୍କ ସହଯୋଗ ଆଗକୁ ମିଳିବ ଏସି ବି ଲଗାଇବା ମନସ୍ଥ କରିଛନ୍ତି ସେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos