ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ୍‌; ଯିଏ ପାରିଲା ବୋହିନେଲା

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ କରିକୋଲ ଛକଠାରେ ଆଜି ଏକ ଟମାଟୋ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଏଥିରେ ବୋଝେଇ ହୋଇଥିବା ଟମାଟୋ ସବୁ ଏଣେତେଣେ ପଡ଼ି ଯାଇଥିଲା।

ଦୁର୍ଘଟଣା ପରେ ଡ୍ରାଇଭର ବି ଫେରାର ହୋଇଯାଇଥିଲେ। ଆଉ ଏହା ପରେ ଲୋକେ ସେଠାରୁ ଟମାଟୋ ସବୁ ବୋହି ନେଇଥିଲେ। ସାଇକେଲ୍ ଓ ବାଇକରେ ଲୋକେ ଟମାଟୋ ବୋହି ନେଇ ଯାଇଥିବା ଦେଖିବାକୁ ମିଳିଛି। ଏମିତିକି ରାସ୍ତାରେ ଯା’ଆସ କରୁଥିବା ଲୋକେ ବି ଓହ୍ଲାଇ ଟମାଟୋ ବୋହି ନେଇ ଯାଇଥିଲେ। ପିଲାଠୁ ବୟସ୍କ କେହି ଏଥିରୁ ବାଦ୍ ପଡ଼ି ନଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।