ସ୍ୱାଭାବିକ ହେଉଛି ଭଦ୍ରକ: ଆସନ୍ତାକାଲି ଖୋଲିବ ଶିକ୍ଷାନୁଷ୍ଠାନ

ଭଦ୍ରକ: ଭଦ୍ରକର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଆଜି ଦିନ ବେଳା ୬ ଘଣ୍ଟା ପାଇଁ ସହରରେ ପର୍ଫ୍ୟୁ କୋହଳ କରାଯାଇଥିଲା। ଫଳରେ ଲୋକେ ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିଥିଲେ। ପ୍ରଥମେ ସକାଳ ୮ଟାର ଦିନ ୧୨ଟା ଓ ପରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା। ୨ଟା ପରେ ପୁଣି ସହରରେ କର୍ଫ୍ୟୁ ଲାଗୁ କରାଯାଇଛି। ଆସନ୍ତାକାଲି ସକାଳ ୭ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ସହରରେ ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନ […]

bhadrak

bhadrak

Rakesh Mallick
  • Published: Monday, 10 April 2017
  • Updated: 11 April 2017, 07:59 AM IST

Sports

Latest News

ଭଦ୍ରକ: ଭଦ୍ରକର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଆଜି ଦିନ ବେଳା ୬ ଘଣ୍ଟା ପାଇଁ ସହରରେ ପର୍ଫ୍ୟୁ କୋହଳ କରାଯାଇଥିଲା। ଫଳରେ ଲୋକେ ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିଥିଲେ। ପ୍ରଥମେ ସକାଳ ୮ଟାର ଦିନ ୧୨ଟା ଓ ପରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା। ୨ଟା ପରେ ପୁଣି ସହରରେ କର୍ଫ୍ୟୁ ଲାଗୁ କରାଯାଇଛି। ଆସନ୍ତାକାଲି ସକାଳ ୭ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।

ସହରରେ ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ସ୍ଥାନୀୟ ଜନ ପ୍ରତିନିଧି ଓ ବରିଷ୍ଠ ନାଗରିକଙ୍କ ସହ ଆରଡିସି ଏବି ଓତା ଆଲୋଚନା କରିଛନ୍ତି।

ଆଜି ସହରରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ହେଲେ ଆସନ୍ତାକାଲିଠାରୁ ସ୍କୁଲ, କଲେଜ ଖୋଲିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାସହ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏପର୍ଯ୍ୟନ୍ତ ପୋଲିସ ୮୦ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୭୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଡିଜିପି କେବି ସିଂ କହିଛନ୍ତି।

ହିଂସା ନେଇ ପୋଲିସ ମୋଟ ୮ଟି ମାମଲା ରୁଜୁ କରିଛି। ଗିରଫ ବ୍ୟକ୍ତିଙ୍କଠାରୁ ଖଣ୍ଡା, ଭୁଜାଲି ସମେତ କିଛି ମାରଣାସ୍ତ୍ର ଓ ଜ୍ୱଳନଶୀଳ ସାମଗ୍ରୀ ଜମତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos