ଆସନ୍ତାକାଲିଠାରୁ କଟକ, ଭୁବନେଶ୍ୱରରୁ ପୁରୀକୁ ବସ୍‌ ଗଡିବନି

ଭୁବନେଶ୍ୱର: ଆସନ୍ତାକାଲିଠାରୁ କଟକ-ଭୁବନେଶ୍ୱରରୁ ପୁରୀକୁ ବସ ଚଳାଚଳ କରିବ ନାହିଁ। ସେହିପରି କୋଣାର୍କ, ନିମାପଡ଼ା ଓ ଅସ୍ତରଙ୍ଗକୁ ମଧ୍ୟ ବସ ଚଳାଚଳ କରିବ ନାହିଁ। ଭୁବନେଶ୍ୱର ଘରୋଇ ବସ୍‌ ମାଲିକ ସଂଘ ଆଜି ଏହି ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ଭୁବନେଶ୍ୱର ବସ୍‌ ମାଲିକ ସଂଘକୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ମଧ୍ୟ ସମର୍ଥନ କରିଛି। ବୈଠକ ପରେ ଭୁବନେଶ୍ୱର ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ବରଦା ଆଚାର୍ଯ୍ୟ କହିଛନ୍ତି,“ପୋଡି ଦିଆଯାଇଥିବା ବସ ମାଲିକଙ୍କୁ […]

bus accident

bus accident

Rakesh Mallick
  • Published: Monday, 05 June 2017
  • Updated: 05 June 2017, 10:33 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲିଠାରୁ କଟକ-ଭୁବନେଶ୍ୱରରୁ ପୁରୀକୁ ବସ ଚଳାଚଳ କରିବ ନାହିଁ। ସେହିପରି କୋଣାର୍କ, ନିମାପଡ଼ା ଓ ଅସ୍ତରଙ୍ଗକୁ ମଧ୍ୟ ବସ ଚଳାଚଳ କରିବ ନାହିଁ। ଭୁବନେଶ୍ୱର ଘରୋଇ ବସ୍‌ ମାଲିକ ସଂଘ ଆଜି ଏହି ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ଭୁବନେଶ୍ୱର ବସ୍‌ ମାଲିକ ସଂଘକୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ମଧ୍ୟ ସମର୍ଥନ କରିଛି।

ବୈଠକ ପରେ ଭୁବନେଶ୍ୱର ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ବରଦା ଆଚାର୍ଯ୍ୟ କହିଛନ୍ତି,“ପୋଡି ଦିଆଯାଇଥିବା ବସ ମାଲିକଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉ। ଏହାଛଡ଼ା କିଛି କିସ୍ତି ଛାଡ଼ କରିବା ପାଇଁ ରାଜ୍ୟ ସରକାର ବୀମା କମ୍ପାନୀ ସହିତ ଆଲୋଚନା କରନ୍ତୁ। ବସ୍‌ରେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉ। ଏହି ସବୁ ଦାବି ପୂରଣ ନହେଲେ ଗାଡ଼ି ଚଳାଚଳ ବନ୍ଦ ରହିବ।”

ପୁରୀରୁ ଭୁବନେଶ୍ୱର ଆସୁଥିବା “ଶାରଳା” ବସ୍‌ ପିପିଲି ହାଟସାହି ଛକରେ ମୋପେଟ୍‌କୁ ଧକ୍କା ଦେବାରୁ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଏପରିକି ଦୁର୍ଘଟଣା ଘଟାଇଥିବା ଓ ଅନ୍ୟ ଦୁଇଟି ବସ୍‌ରେ ନିଆଁ ଲଗାଇ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos