ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସମ୍ୱଲପୁର ଗସ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସମ୍ବଲପୁର ଗସ୍ତରେ ଯିବେ। ଦିନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଏମ୍‌ସିଏଲ ହେଲିପ୍ୟାଡରେ ଅବତରଣ କରିବ। ସେଠାରୁ ସେ ବୁର୍ଲା ଅଭିମୁଖେ ଯିବେ। ସେଠାରେ ସେ ନିବ ନିର୍ମିତ ପ୍ଲାନେଟୋରିୟମ ଓ ସାଇନ୍ସ ପାର୍କରେ ଉଦ୍‌ଘାଟନ କରିବେ। ତା’ପରେ ଭିମ୍‌ସାର ପରିସରରେ ଅନ୍ୟ କେତୋଟି ପ୍ରକଳ୍ପର ଉଦ୍‌ଘାଟନ କରିବେ। ପରେ ନବୀନ ଭିଏସ୍‌ଏସ୍‌ୟୁଟି ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ସେ ସମ୍ବଲପୁରରେ ସିଟି ବସ୍ ଚଳାଚଳକୁ ପତାକା ଦେଖାଇ ଉଦ୍‌ଘାଟନ କରିବେ। ଶେଷରେ ମୁଦିପଡାଠାରେ ଥିବା ସୁଇମିଂ ପୁଲ୍  କମ୍ପେକ୍ସ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।