ଆସନ୍ତାକାଲି ପରଦାକୁ ଆସିବ ‘ଅଭୟ’

ଭୁବନେଶ୍ୱର: ରଜ ବଜାରରେ ଧୂମ୍ ମଚାଇବ ତରଙ୍ଗ ସିନେ ପ୍ରଡକ୍ସନ୍ସର ୨ଟି ଫିଲ୍ମ ସିଷ୍ଟର ଶ୍ରୀଦେବୀ ଓ ଅଭୟ। ଗତକାଲି ସିଷ୍ଟର ଶ୍ରୀଦେବୀ ପରଦାକୁ ଆସିଥିବାବେଳେ ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି ସୁପରଷ୍ଟାର ଅନୁଭବ ମହାନ୍ତି ଓ ଏଲିନା ଅଭିନୀତ ‘ଅଭୟ’। ଜଣେ କମନମ୍ୟାନ୍‌ର କାହାଣୀକୁ ନେଇ ପ୍ରସ୍ତୁତ ଏହି ଫିଲ୍ମ ଓଡ଼ିଶାର ୪୦ରୁ ଅଧିକ ସିନେମା ହଲ୍‌ରେ ରିଲିଜ୍ ହେବ। ଏହି ଚଳଚ୍ଚିତ୍ରରେ ହାଇଭୋଲଟେଜ ଆକ୍ସନ ସାଙ୍ଗକୁ ଫ୍ୟାମିଲି ଡ୍ରାମା ଓ ରୋମାନ୍ସର ଫେଣ୍ଟା ଫେଣ୍ଟି […]

abhaya film

abhaya film

Rakesh Mallick
  • Published: Saturday, 10 June 2017
  • Updated: 10 June 2017, 09:33 PM IST

Sports

Latest News

ଭୁବନେଶ୍ୱର: ରଜ ବଜାରରେ ଧୂମ୍ ମଚାଇବ ତରଙ୍ଗ ସିନେ ପ୍ରଡକ୍ସନ୍ସର ୨ଟି ଫିଲ୍ମ ସିଷ୍ଟର ଶ୍ରୀଦେବୀ ଓ ଅଭୟ। ଗତକାଲି ସିଷ୍ଟର ଶ୍ରୀଦେବୀ ପରଦାକୁ ଆସିଥିବାବେଳେ ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି ସୁପରଷ୍ଟାର ଅନୁଭବ ମହାନ୍ତି ଓ ଏଲିନା ଅଭିନୀତ ‘ଅଭୟ’। ଜଣେ କମନମ୍ୟାନ୍‌ର କାହାଣୀକୁ ନେଇ ପ୍ରସ୍ତୁତ ଏହି ଫିଲ୍ମ ଓଡ଼ିଶାର ୪୦ରୁ ଅଧିକ ସିନେମା ହଲ୍‌ରେ ରିଲିଜ୍ ହେବ। ଏହି ଚଳଚ୍ଚିତ୍ରରେ ହାଇଭୋଲଟେଜ ଆକ୍ସନ ସାଙ୍ଗକୁ ଫ୍ୟାମିଲି ଡ୍ରାମା ଓ ରୋମାନ୍ସର ଫେଣ୍ଟା ଫେଣ୍ଟି ତଡକା ରହିଛି। ରଜରେ ଦର୍ଶକ ଜବରଦସ୍ତ ମଜା ନେବେ।

ସିନେମାର ୨ଟି ଗୀତରେ ଦେଖିବାକୁ ମିଳିବ ଲଦାଖର ବ୍ୟୁଟିଫୁଲ୍‌ ଲୋକେସନ୍। ଏହି ଫିଲ୍ମର ଗୀତ ଗୁଡିକ ବି ବେଶ୍ ମନଛୁଆଁ ହୋଇଛି। କେ.ମୁରଲକ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅଭୟ’ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। ଆସନ୍ତାକାଲି କଟକ ବୃନ୍ଦାବନ ସିନେମାହଲରେ ଫିଲ୍ମର ପ୍ରିମିୟର୍ ଶୋ’ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos