ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲେଇବେ ୬୨,୦୦୦ ଶିକ୍ଷା ସହାୟକ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆସନ୍ତାକାଲିଠାରୁ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ଶିକ୍ଷା ସହାୟକ ସଂଘ। ଏଥିରେ ରାଜ୍ୟର ୬୨,୦୦୦ ଶିକ୍ଷା ସହାୟକ ସାମିଲ ହେବେ। ଏହାସହ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ସଂଘ ଚେତାବନୀ ଦେଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ରାଜ୍ୟ ଶିକ୍ଷା ସହାୟକ ସଂଘ ସାଧାରଣ ସମ୍ପାଦକ ଯୁଧିଷ୍ଟିର ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ପୂର୍ବରୁ ସ୍ଥାୟୀ ନିଯୁକ୍ତି, ପ୍ରୋଭିଡେଣ୍ଟ ଫଣ୍ଡ ପ୍ରଦାନ ଭଳି ୪ ଦଫା ଦାବି ନେଇ […]

sikhya-sahayaka

sikhya-sahayaka

Rakesh Mallick
  • Published: Sunday, 25 September 2016
  • Updated: 25 September 2016, 07:58 PM IST

Sports

Latest News

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆସନ୍ତାକାଲିଠାରୁ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ଶିକ୍ଷା ସହାୟକ ସଂଘ। ଏଥିରେ ରାଜ୍ୟର ୬୨,୦୦୦ ଶିକ୍ଷା ସହାୟକ ସାମିଲ ହେବେ। ଏହାସହ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ସଂଘ ଚେତାବନୀ ଦେଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ରାଜ୍ୟ ଶିକ୍ଷା ସହାୟକ ସଂଘ ସାଧାରଣ ସମ୍ପାଦକ ଯୁଧିଷ୍ଟିର ସାହୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ପୂର୍ବରୁ ସ୍ଥାୟୀ ନିଯୁକ୍ତି, ପ୍ରୋଭିଡେଣ୍ଟ ଫଣ୍ଡ ପ୍ରଦାନ ଭଳି ୪ ଦଫା ଦାବି ନେଇ ସଂଘ  ଆନ୍ଦୋଳନକୁ ଓହ୍ଲେଇ ଥିଲା। ଗତ ୧୯ ତାରିଖରେ ରାଜ୍ୟ ସଚିବାଳୟରେ ବିଭିନ୍ନ ଶିକ୍ଷକ ସଂଘ ସହିତ ଆଲୋଚନା ବେଳେ ୨୪ ତାରିଖ ସୁଦ୍ଧା ସମସ୍ତ ସମସ୍ୟାର ସମାଧାନ କରାଯିବାକୁ ପ୍ରତିଶ୍ରୁତି ମିଳିଥିଲା। ସେହି ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ସରକାର ଆମ ସହ କୌଣସି ଆଲୋଚନା କରି ନାହାନ୍ତି। ଏହାସହ ସମସ୍ୟା ସମାଧାନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ତେଣୁ ଆସନ୍ତାକାଲିଠାରୁ ଆମେ ରାଜରାସ୍ତାକୁ ଓହ୍ଲାଇବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos