କାଲି ନାରାୟଣପାଟଣା ଓ ପଟାଙ୍ଗୀରେ ଭୋଟ୍‌; ସ୍ଥିତି ସମୀକ୍ଷା କଲେ ଡିଆଇଜି

ନାରାୟଣପାଟଣା: ଆସନ୍ତାକାଲି କୋରାପୁଟର ମାଓ ପ୍ରଭାବିତ ଅଞ୍ଚଳ ନାରାୟଣପାଟଣା  ଓ ପଟାଙ୍ଗୀ ବ୍ଲକରେ ଭୋଟ୍‌ ଗ୍ରହଣ ହେବ। ଏହା ପୂର୍ବରୁ ସେ ଅଞ୍ଚଳରେ ସ୍ଥିତି ସମୀକ୍ଷା କରିଛନ୍ତି ଦକ୍ଷିଣା ପଶ୍ଚିମାଞ୍ଚଳ ଡିଆଇଜି ଏସ.ସାଇନି। ଆଜି ଡିଆଇଜି ପବନହଂସ ହେଲିକପ୍ଟର ଯୋଗେ ବିଏସଏଫ କ୍ୟାମ୍ପରେ ଓହ୍ଲାଇ ସ୍ଥାନୀୟ ପୋଲିସ୍‌ ଅଧିକାରୀ ଓ ବିଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ନିର୍ବାଚନ ଅଧିକାରୀ ତଥା ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ। ନିର୍ବାଚନ ପାଇଁ କ୍ୱିକ୍‌ […]

dig

dig

Rakesh Mallick
  • Published: Thursday, 16 February 2017
  • Updated: 16 February 2017, 05:38 PM IST

Sports

Latest News

ନାରାୟଣପାଟଣା: ଆସନ୍ତାକାଲି କୋରାପୁଟର ମାଓ ପ୍ରଭାବିତ ଅଞ୍ଚଳ ନାରାୟଣପାଟଣା  ଓ ପଟାଙ୍ଗୀ ବ୍ଲକରେ ଭୋଟ୍‌ ଗ୍ରହଣ ହେବ। ଏହା ପୂର୍ବରୁ ସେ ଅଞ୍ଚଳରେ ସ୍ଥିତି ସମୀକ୍ଷା କରିଛନ୍ତି ଦକ୍ଷିଣା ପଶ୍ଚିମାଞ୍ଚଳ ଡିଆଇଜି ଏସ.ସାଇନି। ଆଜି ଡିଆଇଜି ପବନହଂସ ହେଲିକପ୍ଟର ଯୋଗେ ବିଏସଏଫ କ୍ୟାମ୍ପରେ ଓହ୍ଲାଇ ସ୍ଥାନୀୟ ପୋଲିସ୍‌ ଅଧିକାରୀ ଓ ବିଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ନିର୍ବାଚନ ଅଧିକାରୀ ତଥା ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ।

ନିର୍ବାଚନ ପାଇଁ କ୍ୱିକ୍‌ ଆକ୍ସନ ଟିମ୍‌ ମୁତୟନ କରାଯିବ। ଆବଶ୍ୟକ ପଡ଼ିଲେ  ନାରାୟଣପାଟଣାରେ ଏକ ହେଲିକପ୍ଟରର ବ୍ୟବସ୍ଥା କରାଯିବ ଡିଆଇଜି କହିଛନ୍ତି। ସେ କହିଛନ୍ତି, “୩୦ଟିମ୍‌ କମ୍ବିଂ ଅପରେସନ କରୁଛନ୍ତି। ସମସ୍ତ ପୋଲିଂ ପାର୍ଟିକୁ ସୁରକ୍ଷା ଯୋଗାଇ ଦିଆଯିବ। ଯେପରି ସେମାନେ ଭୟଭୀତ ହୁଅନ୍ତୁ ନାହିଁ।”

ସେ କହିଛନ୍ତି,“ନାରାୟଣପାଟଣାରେ ମୋଟ ୧୦୫ଟି ବୁଥ୍‌ରୁ ୮୬ଟି ଅତି ସମ୍ବେଦନଶୀଳ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos