ତିନି ଦୁର୍ଘଟଣାରେ ୪ ମୃତ, ୪ ଗୁରୁତର

କନ୍ଧମାଳ/ଧର୍ମଗଡ଼/ଅନୁଗୋଳ: ଆଜି ତିନିଟି ଦୁର୍ଘଟଣାରେ ଜଣେ ଶିଶୁଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାକୁ ନେଇ ଧର୍ମଗଡ଼ରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳେ ୫ ଜଣ ମହିଳା ଜାଳେଣି କାଠ ବିକ୍ରି କରିବାକୁ ଯାଉଥିଲେ। ତେବେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ରୁଜାଙ୍ଗୀ ଗାଁ ରାସ୍ତାରେ ଏକ ଅଟୋ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ […]

tracter accident-child-deatd

tracter accident-child-deatd

Rakesh Mallick
  • Published: Wednesday, 05 April 2017
  • Updated: 05 April 2017, 12:59 PM IST

Sports

Latest News

କନ୍ଧମାଳ/ଧର୍ମଗଡ଼/ଅନୁଗୋଳ: ଆଜି ତିନିଟି ଦୁର୍ଘଟଣାରେ ଜଣେ ଶିଶୁଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାକୁ ନେଇ ଧର୍ମଗଡ଼ରେ ଉତ୍ତେଜନା ପ୍ରକାଶ ପାଇଛି।

ଆଜି ସକାଳେ ୫ ଜଣ ମହିଳା ଜାଳେଣି କାଠ ବିକ୍ରି କରିବାକୁ ଯାଉଥିଲେ। ତେବେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ରୁଜାଙ୍ଗୀ ଗାଁ ରାସ୍ତାରେ ଏକ ଅଟୋ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସଧୀନ ବୀରଗଡ ଗାଁର ବଇଦେଇ ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା।

କଳାହାଣ୍ଡି ଜିଲ୍ଲା କେ.ଗାଁ ଥାନା ଉଚ୍ଛୁଲା ଗାଁରେ ଟ୍ରାକ୍ଟର ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଟ୍ରାକ୍ଟର ଚାଳକ ଓ ହେଲ୍‌ପରଙ୍କୁ ତାଲା ପକାଇ ରଖିଛନ୍ତି।

ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ପଥରପେଡି ନିକଟରେ ଟ୍ରକ୍‌ ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଉଛନ୍ତି ରେଢାଖୋଲ ପାଇକମାଳର ମନୋରଞ୍ଜନ ସାହୁ ଓ ସୁଣ୍ଢିମୁଣ୍ଡାର ଲିପୁ ରାଉତ। ଉଭୟ ବାଇକ୍‌ରେ ରେଢାଖୋଲରୁ ଅନୁଗୋଳ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos