ରେଳ ଧାରଣ ଅତିକ୍ରମ କରୁଥିବା ବେଳେ ଧକ୍କା ଦେଲା ପାସେଞ୍ଜର ଟ୍ରେନ୍‌

ଟିଟିଲାଗଡ଼(ଓଡ଼ିଶା ରିପୋର୍ଟର): ରେଳ ଧାରଣା ପାର୍‌ ହେଉଥିବା ବେଳେ ପାସେଞ୍ଜର ଟ୍ରେନ୍‌ ଧକ୍କା ଦେଲା। ଘଟଣା ସ୍ଥଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛି। ଏପରି ଦୁଖଃଦ ଘଟଣା ଟିଟିଲାଗଡ଼ ଅଞ୍ଚଳରେ ଘଟିଛି। କଳାହାଣ୍ଡି ଜିଲ୍ଲା ବୋରିଂପଦର ଅଞ୍ଚଳର ହୃଷିକେଶ ସାହୁ ଓ ଚୁଡାମଣି ସାହୁ ମେଡିକାଲ କାମରେ ଟିଟିଲାଗଡ଼ ଯାଉଥିଲେ। ତେବେ ସେମାନେ ରେଳ ଧାରଣା ପାସ୍‌ କରୁଥିବା ବେଳେ ଜୁନାଗଡ-ସମ୍ୱଲପୁର ପାସେଞ୍ଜର ଧକ୍କା ଦେଇଥିଲା। ଯାହାଫଳରେ […]

train accident in titilagardh

train accident in titilagardh

Rakesh Mallick
  • Published: Monday, 05 March 2018
  • Updated: 05 March 2018, 06:17 PM IST

Sports

Latest News

ଟିଟିଲାଗଡ଼(ଓଡ଼ିଶା ରିପୋର୍ଟର): ରେଳ ଧାରଣା ପାର୍‌ ହେଉଥିବା ବେଳେ ପାସେଞ୍ଜର ଟ୍ରେନ୍‌ ଧକ୍କା ଦେଲା। ଘଟଣା ସ୍ଥଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛି। ଏପରି ଦୁଖଃଦ ଘଟଣା ଟିଟିଲାଗଡ଼ ଅଞ୍ଚଳରେ ଘଟିଛି।

କଳାହାଣ୍ଡି ଜିଲ୍ଲା ବୋରିଂପଦର ଅଞ୍ଚଳର ହୃଷିକେଶ ସାହୁ ଓ ଚୁଡାମଣି ସାହୁ ମେଡିକାଲ କାମରେ ଟିଟିଲାଗଡ଼ ଯାଉଥିଲେ। ତେବେ ସେମାନେ ରେଳ ଧାରଣା ପାସ୍‌ କରୁଥିବା ବେଳେ ଜୁନାଗଡ-ସମ୍ୱଲପୁର ପାସେଞ୍ଜର ଧକ୍କା ଦେଇଥିଲା। ଯାହାଫଳରେ ସେମାନେ ଟ୍ରାକ୍‌ ବାହାରକୁ ପଳାଇଯାଇଥିଲେ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଟିଟିଲାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos