କେସିଙ୍ଗାରେ ପହଞ୍ଚିଲା ନୂଆଇଞ୍ଜିନ

ଟିଟିଲାଗଡ଼ (ଓଡ଼ିଶା ରିପୋର୍ଟର): ଅହମ୍ମଦାବାଦରୁ ପୁରୀ ଆସୁଥିବା ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍‌ର ଇଞ୍ଜିନ ବଦଳା ଯାଉଥିବା ବେଳେ ଟିଟିଲାଗଡ଼ଠାରୁ ବଗି ଗୁଡ଼ିକ ବିପରୀତ ଦିଗକୁ ଗଡ଼ି ଯାଇଥିଲା। ପାଖାପାଖି ୧୫ କିଲୋମିଟର ଦୂର କେସିଙ୍ଗା ଷ୍ଟେସନ୍‌ରେ ଅଟକି ଥିଲା। ବଗି ଗୁଡ଼ିକ ଆଣିବା ପାଇଁ ଏବେ ଦୁଇଟି ନୂଆ ଇଞ୍ଜିନ ଯାଇଛି। ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍‌ ଆଜି ରାତି ସାଢ଼େ ୧୦ଟାରେ ଟିଟିଲାଗଡ଼ ଷ୍ଟେସନ୍‌ରେ ପହଞ୍ଚି ଥିଲା। ସେଠାରେ ଇଞ୍ଜିନ ବଦଳା ଯାଉଥିଲା। ଅସାବଧାନତା ଯୋଗୁଁ ହଠାତ ବଗି ଗୁଡ଼ିକ […]

train running in opesit diraction

train running in opesit diraction

Rakesh Mallick
  • Published: Sunday, 08 April 2018
  • Updated: 08 April 2018, 12:01 AM IST

Sports

Latest News

ଟିଟିଲାଗଡ଼ (ଓଡ଼ିଶା ରିପୋର୍ଟର): ଅହମ୍ମଦାବାଦରୁ ପୁରୀ ଆସୁଥିବା ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍‌ର ଇଞ୍ଜିନ ବଦଳା ଯାଉଥିବା ବେଳେ ଟିଟିଲାଗଡ଼ଠାରୁ ବଗି ଗୁଡ଼ିକ ବିପରୀତ ଦିଗକୁ ଗଡ଼ି ଯାଇଥିଲା। ପାଖାପାଖି ୧୫ କିଲୋମିଟର ଦୂର କେସିଙ୍ଗା ଷ୍ଟେସନ୍‌ରେ ଅଟକି ଥିଲା। ବଗି ଗୁଡ଼ିକ ଆଣିବା ପାଇଁ ଏବେ ଦୁଇଟି ନୂଆ ଇଞ୍ଜିନ ଯାଇଛି।

ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍‌ ଆଜି ରାତି ସାଢ଼େ ୧୦ଟାରେ ଟିଟିଲାଗଡ଼ ଷ୍ଟେସନ୍‌ରେ ପହଞ୍ଚି ଥିଲା। ସେଠାରେ ଇଞ୍ଜିନ ବଦଳା ଯାଉଥିଲା। ଅସାବଧାନତା ଯୋଗୁଁ ହଠାତ ବଗି ଗୁଡ଼ିକ ଗଡ଼ି ଯିବା ଆସିବା କରିଥିଲା। ପରେ ଦ୍ରୁତ ଗତିରେ ଗଡ଼ିବାରେ ଲାଗିଲା। ଟ୍ରେନ୍‌ର ଏପରି ଅବସ୍ଥା ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡ଼ି ଥିଲେ। ଶେଷରେ ଟ୍ରେନ୍‌ଟିକୁ କେସିଙ୍ଗାରେ ଅଟକାଇବାରେ ସଫଳ ହୋଇଥିଲେ। ଏହି ସମୟରେ ଯାତ୍ରୀମାନେ ରେଳ ବିଭାଗ କର୍ମଚାରୀଙ୍କୁ ଫୋନ୍‌ କରିଥିଲେ ମଧ୍ୟ ଠିକ୍‌ ଭାବେ ଉତ୍ତର ପାଇନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos